ଗୁରୁଡିଝାଟିଆ: ମୁକ୍ତି ସଂଗ୍ରାମୀ ତଥା ଅସ୍ଥିଚିକିତ୍ସକ ଅନନ୍ତ ବେଉରାୟଙ୍କ ୪୧ତମ ଶ୍ରାଦ୍ଧଦିବସ କୁଲାଇଲୋସ୍ଥିତ ଅସ୍ଥି ଚିକିତ୍ସାଳୟ ପରିସରରେ କୋଭିଡ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଛି। ସାହିତ୍ୟିକ ଶୁରେସ ପ୍ରଧାନ ଅନନ୍ତଦଳାଇ ସ୍ମୃତି ସଂସଦର ବରିଷ୍ଠ ସଦସ୍ୟ ପ୍ରଫୁଲ ଚନ୍ଦ୍ର ପରିଡା ଅତିଥି ଭାବରେ ଯୋଗଦେଇ ଆଠଗଡର ବିକାଶ, ପ୍ରଜାମଣ୍ଡଳ ଆନ୍ଦୋଳନରେ ନେତୃତ୍ୱ ନେଇ ସ୍ୱତନ୍ତ୍ର ଭୂମିକା ନିଭାଇଥିବା ଅସ୍ଥି ଚିକିତ୍ସକ ଶ୍ରୀ ବେଉରାୟଙ୍କ ଜୀବନଗାଥା ସଂପର୍କରେ ଆଲୋକପାତ କରିଥିଲେ। କୁଲାଇଲୋ ଅନନ୍ତଦଳାଇ ଅସ୍ଥି ଚିକିତ୍ସାଳୟର ମୁଖ୍ୟ କବିରାଜ ପ୍ରତାପରୁଦ୍ର ବେଉରାୟ ଓ ପରିଚାଳକ ଗିରୀଶ ଚନ୍ଦ୍ର ବେଉରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
Popular Categories



