www.samajalive.in
Monday, December 8, 2025
27.1 C
Bhubaneswar

ଅମୃତସର ରେଳ ଦୁର୍ଘଟଣା ପୀଡିତଙ୍କ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ କରିବେ ସିଧୁ

ଚଣ୍ଡିଗଡ : ପଞ୍ଜାବ ଅମୃତସର ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୀଡିତଙ୍କ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ କରିବାକୁ ମନ୍ତ୍ରୀ ନବଜୋତ ସିଂହ ସିଧୁ ଘୋଷଣା କରିଛନ୍ତି। ସୋମବାର ସିଧୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ସେ ତାଙ୍କ ଜୀବନର ଅବଶିଷ୍ଟ ସମୟ ପୀଡିତଙ୍କ ପରିବାରକୁ ଭରଣପୋଷଣ କରିବେ। ଏହି ରେଳ ଦୁର୍ଘଟଣାକୁ ନେଇ ସିଧୁ ସମାଲୋଚନାର ଶରବ୍ୟ ହୋଇଆସୁଛନ୍ତି। ଦଶହରା ସନ୍ଧ୍ୟାରେ ଆୟୋଜିତ ରାବଣ ପୋଡି ଉତ୍ସବରେ ସିଧୁଙ୍କ ପତ୍ନୀ ନବଜୋତ କୌର ଯୋଗ ଦେଇଥିଲେ। ଲୋକମାନେ ରେଳ ଧାରଣାରେ ଠିଆ ହୋଇ ରାବଣ ପୋଡି ଉତ୍ସବ ଦେଖୁଥିବାବେଳେ ସେମାନଙ୍କ ଉପରେ ଟ୍ରେନ ମାଡି ଯାଇଥିଲା। ଏଥିରେ ୬୧ଜଣଙ୍କର ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ। ଏହି ଘଟଣାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ସିଧୁ ପ୍ରଶ୍ନ ଉଠାଇଛନ୍ତି। କାରଣ ରେଳବାଇ ଏହି ଘଟଣାରେ ଟ୍ରେନ ଚାଳକଙ୍କୁ ସମ୍ପୂର୍ଣ୍ଣ ରୂପେ ଦୋଷମୁକ୍ତ କରିଛି।
ଅନ୍ୟପଟେ ଏହି ରେଳ ଦୁର୍ଘଟଣା ପାଇଁ ଉତ୍ସବ ଆୟୋଜକଙ୍କୁ ଦାୟୀ କରାଯାଇଛି। ତେବେ ଆୟୋଜକ ମୁଖ୍ୟ କହିଛନ୍ତି ଯେ ରେଳ ଧାରଣା ଉପରେ ଠିଆ ନ ହେବା ଲାଗି ୭ରୁ ୧୦ ଥର ଘୋଷଣା କରାଯାଇଥିଲା। ଉତ୍ସବ ଆୟୋଜନ ପାଇଁ ସମସ୍ତ ପ୍ରକାର ଅନୁମତି ନିଆଯାଇଥିଲା ଓ ପ୍ରତିଷେଧକ ବ୍ୟବସ୍ଥା କରାଯାଇଥିଲା। ଘଟଣା ସ୍ଥଳରେ ୧୦୦ ପୁଲିସ କର୍ମଚାରୀ ମୁତୟନ ହୋଇଥିଲେ ଓ ପାଣିଟାଙ୍କି ସହିତ ଅଗ୍ନିଶମ ବିଭାଗ ଉପସ୍ଥିତ ରହିଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories