www.samajalive.in
Friday, December 12, 2025
17.1 C
Bhubaneswar

ମୁଁ ସୁସ୍ଥ ହେବା ଖବର ମିଥ୍ୟା: ବିଗ୍‍ ବି

ମୁମ୍ବଇ: ପ୍ରସିଦ୍ଧ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ସୁସ୍ଥ ହେଉଛନ୍ତି ଓ ଏବେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଖବରକୁ ଖଣ୍ଡନ କରିଛନ୍ତି ନିଜେ ବିଗ୍‍ ବି। ତାଙ୍କ ସୁସ୍ଥ ହେବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ବର୍ତ୍ତମାନ ମଧ୍ୟ ସେ ଚିକିତ୍ସାଧୀନ ଅଛନ୍ତି ବୋଲି ଟ୍ୱିଟ୍‍ କରି ଜଣାଇଛନ୍ତି ଅମିତାଭ।

ସେ ଲେଖଛନ୍ତି, “ଏହି ସମ୍ବାଦ ଭୁଲ୍‍, ଦାୟିତ୍ୱହୀନ, ଗୁଜବ ଏବଂ ଏକ ଅସଂଶୋଧନୀୟ ମିଥ୍ୟା”।

- Advertisement -

ସୂଚନାଯୋଗ୍ୟ, କିଛି ସମୟ ପୂର୍ବରୁ ଅମିତାଭଙ୍କ ସୁସ୍ଥତା ନେଇ ସାମାଜିକ ଗଣମାଧ୍ୟମରେ ଖବର ଭାଇରାଲ ହୋଇଥିଲା। ସେ ସୁସ୍ଥ ହେଉଛନ୍ତି ଏବଂ ତାଙ୍କ କରୋନା ରିପୋର୍ଟ ଏବେ ନେଗେଟିଭ୍‍ ଆସିଛି। ଖୁବଶୀଘ୍ର ସେ ଘରକୁ ଫେରିପାରନ୍ତି ବୋଲି ଖବର ପ୍ରକାଶିତ ହୋଇଥିଲା। ଏହି ଖବର ବିଗ୍‍ ବିଙ୍କ ଦୃଷ୍ଟିଗୋଚର ହେବା ପରେ ସେ ଟ୍ୱିଟ୍‍ କରି ଏହା ମିଥ୍ୟା ବୋଲି ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଅମିତାଭ, ତାଙ୍କ ପୁଅ ଅଭି‌ଷେକ, ବୋହୂ ଐଶ୍ବର୍ୟ୍ୟା ଏବଂ ନାତୁଣୀ ଆରାଧ୍ୟା କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। କେବଳ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏବେ ୪ ଜଣ ମୁମ୍ବଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories