www.samajalive.in
Tuesday, December 9, 2025
26.1 C
Bhubaneswar

ରାଜସ୍ଥାନ ନିର୍ବାଚନ ପ୍ରଚାର: ଅମିତଙ୍କ ପଛରେ ରହିଗଲେ ରାହୁଲ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଉଭୟ କଂଗ୍ରେସ ଓ ବିଜେପି ବେଶ୍‍ ସକ୍ରିୟ ହୋଇ ପଡିଛନ୍ତି। ଚଳିତ ବର୍ଷର ଶେଷସୁଦ୍ଧା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ଏହି ରାଜ୍ୟଗୁଡ଼ିକରେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି।
ବିଜେପି ନେତ୍ରୀ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସ୍ୱୟଂ ପ୍ରଚାରର ମଙ୍ଗ ଧରିଥିବାବେଳେ କଂଗ୍ରେସ ପକ୍ଷରୁ ପ୍ରଦେଶ କମିଟି ଅଧ୍ୟକ୍ଷ ସଚିନ ପାଇଲଟ ଓ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଜନତାଙ୍କୁ ଭେଟି ସେମାନଙ୍କୁ ଦଳ ସପକ୍ଷରେ ମତଦେବାକୁ ବୁଝାଉଛନ୍ତି।
ବିଜେପି ଅଧ୍ୟକ୍ଷ ମଧ୍ୟ ରାଜସ୍ଥାନ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ସାଧାରଣ ସଭାରେ ଜନସାଧାରଣଙ୍କୁ ବୁଝାଉଛନ୍ତି। ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ପ୍ରତିଯୋଗିତାରେ ବେଶ୍‍ ପଛରେ ପଡ଼ି ଯାଇଛନ୍ତି। ଅମିତ ଶାହ ଅଦ୍ୟାବଧି ରାଜ୍ୟର ୭ଭାଗରୁ ୬ଟି ଭାଗ ଗସ୍ତ କରି ସାରିଥିବାବେଳେ ରାହୁଲ ଗାନ୍ଧି ୨ମାସ ମଧ୍ୟରେ କେବଳ ୨ଥର ରାଜ୍ୟଗସ୍ତରେ ଆସିଛନ୍ତି।
ଅମିତ ଶାହଙ୍କ ରାଜସ୍ଥାନ ଗସ୍ତ ଦିବଙ୍ଗତ ନେତା ଅଟଳବିହାରୀ ବାଜପେୟୀଙ୍କ ଦେହାନ୍ତ ପରଠାରୁ ଆରମ୍ଭ ହୋଇଥିଲା। ୯ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ସମାପନ ପରେ ୧୧ସେପ୍ଟେମ୍ବରରେ ଅମିତ ଶାହ ଜୟପୁରରୁ ନିଜ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ଏହି ପ୍ରକ୍ରିୟାରେ ୧୬ସେପ୍ଟେମ୍ବରରେ ଯୋଧପୁର ଓ ୧୮ସେପ୍ଟେମ୍ବରରେ ଉଦୟପୁରରେ କର୍ମୀ ସମ୍ମିଳନୀ, ସାଧାରଣ ସଭା ଓ ରାଜ୍ୟର ସ୍ୱତନ୍ତ୍ର ବର୍ଗଙ୍କୁ ପୃଥକ ପୃଥକ ଭାବେ ଭେଟିବା ସହ ସେମାନଙ୍କ ସହ ରାଜ୍ୟର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଭଗତପୁରର ଗଙ୍ଗପୁର ସହରରେ ଅମିତ ଶାହ ୨୨ସେପ୍ଟେମ୍ବରରେ ଜନସମାବେଶକୁ ସମ୍ବୋଧିତ କରିଥିବାବେଳେ ୨୬ସେପ୍ଟେମ୍ବରରେ ଜୟପୁରରେ ବୁଥ କର୍ମୀଙ୍କୁ ଭେଟି ସେମାନଙ୍କ ମନୋବଳକୁ ଦୃଢ କରିଥିଲେ। ଏହି ସମୟରେ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଉପସ୍ଥିତ ଥିଲେ। ୪ ଅକ୍ଟୋବରରେ ବିକାନେରରେ ଅମିତ ଶାହଙ୍କ ଗସ୍ତ ପରେ ରାଜସ୍ଥାନରେ ବିଜେପି ଅଧ୍ୟକ୍ଷଙ୍କ ପ୍ରଚାର ଅଭିଯାନ ଏକପ୍ରକାର ଶେଷ ହୋଇଯିବ କହିବା ଭୁଲ ହେବ ନାହିଁ।
ଗୋଟିଏ ପକ୍ଷରେ ଅମିତ ଶାହଙ୍କ ଧୂଅାଁଧାର ପ୍ରଚାର ଅଭିଯାନ ଆଗରେ ରାହୁଲ ସେପ୍ଟେମ୍ବରରେ କେବଳ ଥରେ ମାତ୍ର ରାଜସ୍ଥାନ ଯାଇଛନ୍ତି। ମାସ ଶେଷରେ ୨୦ସେପ୍ଟେମ୍ବରରେ ରାହୁଲ ସାଗବଡ଼ା ପହଞ୍ôଚ ସେଠାରେ କଂଗ୍ରେସ ସଙ୍କଳ୍ପ ମହା ଶୋଭାଯାତ୍ରାକୁ ସମ୍ବୋଧିତ କରିଥିଲେ। ପୂର୍ବରୁ ୧୧ଅଗଷ୍ଟରେ ରାହୁଲ ଥରେ ଜୟପୁର ଗସ୍ତ କରି ୧୩କିମି ବିଶିଷ୍ଟ ଏକ ରୋଡ଼ ଶୋରେ ଭାଗ ନେଇଥିଲେ।
ରାଜସ୍ଥାନ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ କେବଳ ୨ଥର ନିର୍ବାଚନ ପ୍ରଚାରରେ ଯାଇ ପାରିଥିଲେ ମଧ୍ୟ କ୍ଷତ୍ରିୟ ନେତା ଅଶୋକ ଗେହେଲୋତ ଓ ସଚିନ ପାଇଲଟ ପରି ନେତା ଝାଳବୁହା ପ୍ରଚାର ଅଭିଯାନରେ ଲାଗିଛନ୍ତି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories