ନୂଆଦିଲ୍ଲୀ : ୨୦୧୯ରେ ଦଳକୁ ପୁଣି ଥରେ ଏକକ ବିଜୟ ଆଣିବା ଲକ୍ଷ୍ୟ ନେଇ ଅଧ୍ୟକ୍ଷ ଅମିତ ଶାହା ପ୍ରଚାର ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଆନ୍ଧ୍ରର ରାଜମୁନ୍ଦରୀଠାରୁ ଶ୍ରୀ ଶାହା ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପରେ କର୍ଣ୍ଣାଟକରେ ବୁଥ୍ କର୍ମୀଙ୍କୁ ବିଜୟର ମନ୍ତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ମିଶନ ଦକ୍ଷିଣକୁ ନେଇ ଅମିତ ଶାହା ବେଶ୍ ସକ୍ରିୟ ହୋଇ ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଆନ୍ଧ୍ର ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିବା ସହ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଉପଲକ୍ଷେ ରାଜମୁନ୍ଦରୀଠାରେ ୫୦ଜଣ ହିତାଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ବିଜେପି ଅଧ୍ୟକ୍ଷ ଏହାର ପରେ ସ୍ପିନିଂ ମିଲ ଗ୍ରାଉଣ୍ଡ, ଲାଲ ଚୋଖବୁ ଓ ରାଜମୁନ୍ଦରୀଠାରେ ପ୍ରଦେଶର ୪ଟି ଲୋକସଭା ଆସନ କାକିନାଡ଼ା, ରାଜମୁନ୍ଦରୀ, ଅମଲାପୁରମ,ନାରାସପୁର ଓ ୟୁରୁ ଲୋକସଭା ଆସନର କର୍ମୀଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ସରକାରୀ ଆକଳନ ଅନୁଯାୟୀ ଦେଶର ୨୨କୋଟିରୁ ଊଦ୍ଧ୍ୱର୍ ପରିବାର ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ମୁଦ୍ରା ସମେତ ଅନ୍ୟାନ୍ୟ ଯୋଜନାରୁ ଯେଉଁ ଲାଭ ମିଳୁଛି ସେଥିରେ ଆନ୍ଧ୍ରପ୍ରଦେଶର ବହୁ ପରିବାର ସାମିଲ ରହିଛନ୍ତି।
ଆନ୍ଧ୍ର ପରେ ବିଜେପି ଅଧ୍ୟକ୍ଷ କର୍ଣ୍ଣାଟକ ଗ୍ରସ୍ତ କରିବେ। ସେଠାରେ ମଧ୍ୟ ବିଜେପି ପ୍ରାର୍ଥୀ ଓ କର୍ମୀଙ୍କୁ ଭେଟି ଏକାଧିକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଶେଷରେ ବେଙ୍ଗାଲୁରୁର ରୟାଲ ଆର୍କିଡ଼ ହୋଟେଲରେ ବିଧାୟକ, ସାଂସଦଙ୍କ ସହ ବସି ୨୦୧୯ ନିର୍ବାଚନ ରଣନୀତି ଓ ସ୍ଥାନୀୟ ପ୍ରସଙ୍ଗରେ ଆଲୋଚନା କରିବେ।
ଆନ୍ଧ୍ର ଓ କର୍ଣ୍ଣାଟକରେ ଅମିତ ଶାହା କରିବେ ପ୍ରଚାର
Popular Categories



