www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନ ଉପରେ ଭିଜା କଟକଣା ଲଗାଇପାରେ ଆମେରିକା

ୱାଶିଂଟନ: ପାକିସ୍ତାନ ଉପରେ ଆମେରିକା ଖୁବ୍‌ଶୀଘ୍ର ଭିଜା କଟକଣା ଲାଗାଇପାରେ, ଯାହା ଫଳରେ ଆମେରିକା ଯିବା ଲାଗି ଆଉ ପାକିସ୍ତାନୀ ନାଗରିକମାନଙ୍କୁ ଅନୁମିତ ମିଳିବ ନାହିଁ। ଭିଜା ଅବଧି ଶେଷ ହେବା ପରେ ଯେଉଁ ପାକ୍‌ ନାଗରିକ ଆମେରିକାରେ ରହିଛନ୍ତି ସେମାନଙ୍କୁ ପାକିସ୍ତାନ ନିଜ ଦେଶକୁ ଫେରାଇ ଆଣିବାକୁ ମନା କରିବା ପରେ ଆମେରିକା ଏଭଳି ଦୃଢ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏହି କଟକଣା ପାକିସ୍ତାନର ବରିଷ୍ଠ ଅଧିକାରୀମାନଙ୍କଠାରୁ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।

ଆମେରିକାର ବିଦେଶ ବିଭାଗ କହିଛି, ଦୂତାବାସ ସମ୍ବନ୍ଧୀୟ କାର୍ଯ୍ୟରେ ବର୍ତ୍ତମାନ ପାଇଁ କୌଣସି ପରିବର୍ତ୍ତନ କରାଯିବ ନାହିଁ। କିନ୍ତୁ ସଂଘୀୟ ରେଜିଷ୍ଟର ଅଧିସୂଚନାରେ ଉଲ୍ଲିଖିତ ପ୍ରତିବନ୍ଧକର ପରିମାଣସ୍ବରୂପ ଆମେରିକା ପାକିସ୍ତାନୀ ନାଗରିକମାନଙ୍କ ଭିଜା ଉପରେ କଟକଣା ଲଗାଇପାରେ। ଏହି କାର୍ଯ୍ୟାନୁଷ୍ଠାନ ପାକ୍‌ର ବରିଷ୍ଠ ଅଧିକାରୀମାନଙ୍କଠାରୁ ଆରମ୍ଭ ହୋଇପାରେ।

- Advertisement -

ଯେଉଁ ୧୦ଟି ଦେଶ ବିରୋଧରେ ଆମେରିକା ଏଭଳି କାର୍ଯ୍ୟାନୁଷ୍ଠାନ ନେଉଛି ସେହି ତାଲିକାରେ ପାକିସ୍ତାନ ନୂଆ ଦେଶ। ଯେଉଁ ଦେଶର ନାଗରିକଙ୍କ ଭିଜା ଅବଧି ଶେଷ ହୋଇଯିବା ପରେ ଆମେରିକାରେ ରହୁଛନ୍ତି ଏବଂ ସେମାନଙ୍କୁ ସମ୍ପୃକ୍ତ ଦେଶ ଫେରାଇ ନେଉନାହାନ୍ତି ସେହି ଦେଶଗୁଡ଼ିକର ନାଗରିକଙ୍କୁ ଭିଜା ଦିଆଯିବ ନାହିଁ। ତେବେ ପାକିସ୍ତାନ ଉପରେ ଏହି ପ୍ରତିବନ୍ଧକ ଲଗାଇବାରେ ଆମେରିକା କିଛି ନିୟମ କୋହଳ କରିପାରେ।

ବିଦେଶ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ପାକିସ୍ତାନରେ ଦୂତାବାସ ସମ୍ବନ୍ଧୀୟ କାର୍ଯ୍ୟରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏହା ଆମେରିକା ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ଚାଲିଥିବା ଦ୍ବିପାକ୍ଷିକ ପ୍ରସଙ୍ଗ। ବର୍ତ୍ତମାନ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ତେବେ ଆମେରିକାର ଏହି ପଦକ୍ଷେପ ପାକିସ୍ତାନ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ହୁସେନ ହକ୍କାନୀ କହିଛନ୍ତି। ହକ୍କାନୀ କହିଛନ୍ତି, ଯଦି ପାକିସ୍ତାନୀ ଅଧିକାରୀମାନେ ପ୍ରତ୍ୟର୍ପଣ ସମ୍ବନ୍ଧୀୟ ଆଇନଗତ ଆବଶ୍ୟକତା ସମ୍ପର୍କରେ ଆମେରିକାର ଅନୁରୋଧକୁ ଅଣଦେଖା କରି ନ ଥାନ୍ତେ ତେବେ ଏଭଳି ସମସ୍ୟାରୁ ପାକିସ୍ତାନ ବର୍ତ୍ତି ପାରିଥାନ୍ତା। ମାତ୍ର ଆମେରିକାରୁ ପ୍ରତ୍ୟର୍ପିତ ନିଜ ନାଗରିକଙ୍କୁ ପାକିସ୍ତାନ ଗ୍ରହଣ କରିବାକୁ ମନା କରିବା କୌଣସି ନୂଆ କଥା ନୁହେଁ ବୋଲି ସେ କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories