www.samajalive.in
Sunday, December 14, 2025
23.1 C
Bhubaneswar

ଆମ୍ବେଦକରଙ୍କ ମୂର୍ତ୍ତିକୁ କ୍ଷୀରରେ ଧୋଇଲେ ଓକିଲ, କାହିଁକି ଜାଣନ୍ତୁ

ଲକ୍ଷ୍ନୌ: ସମ୍ବିଧାନ ପ୍ରଣେତା ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଅନୁସୂଚିତ ଜାତି ବର୍ଗର କିଛି ଓକିଲ କ୍ଷୀର ଓ ଗଙ୍ଗାଜଳରେ ଧୋଇଛନ୍ତି। ଜଣେ ବିଜେପି ନେତା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଓକିଲମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଉତ୍ତର ପ୍ରଦେଶର ମିରଟରେ ଘଟିଛି ଏଭଳି ଘଟଣା।
ଜିଲାକୋର୍ଟ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ବିଜେପି ସଚିବ ସୁନିଲ୍‍ ବଂଶାଲ୍‍ ଗତ ଶୁକ୍ରବାର ମାଲ୍ୟାର୍ପଣ କରିଥିଲେ। ଏହାପରେ ଅନୁସୂଚିତ ଜାତି ବର୍ଗର ଓକିଲମାନେ ପ୍ରତିମୂର୍ତ୍ତିକୁ ସଫା କରି ପବିତ୍ର କରିଛନ୍ତି। ଏ ସମ୍ପର୍କରେ ଜଣେ ଓକିଲ କହିଛନ୍ତି ଯେ ବିଜେପି ଅନୁସୂଚିତ ଜାତି ବିରୋଧୀ। ତେଣୁ ଆମ୍ବେଦକରଙ୍କ ପ୍ରତି ସେମାନଙ୍କ ସମ୍ମାନ ନାହିଁ। କେବଳ ଭୋଟ ରାଜନୀତି ପାଇଁ ବିଜେପି ଆମ୍ବେଦକରଙ୍କ ନାମକୁ ବ୍ୟବହାର କରୁଛି।
ଏହି ଘଟଣା ଦେଶରେ ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ବୁନ୍ଦେଲ୍‍ଖଣ୍ଡରେ ଜଣେ ବିଜେପି ନେତା ମନିଶା ଅନୁରାଗୀଙ୍କ ମନ୍ଦିର ପ୍ରବେଶ ପରେ ସେହି ମନ୍ଦିର ଓ ପ୍ରତିମାକୁ ଗଙ୍ଗାଜଳରେ ପବିତ୍ର କରାଯାଇଥିଲା।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories