ଫୁଲବାଣୀ: ଫୁଲବାଣୀ ସ୍ଥିତ ଏକ କ୍ଲିନିକ୍ର ମାଲିକ ଅମର ପଲିଆଙ୍କ ଗତ ରାତିରେ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଠାରେ ଥିବା କିମ୍ସ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତ ରାତି ୧୧ଟା ବେଳେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ତଳେ ବାଥରୁମରେ ଗାଧୋଇବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ଅଣ୍ଟାରେ ଆଘାତ ଲାଗିବା ଫଳରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର କିମସ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରୁ ପୁଣି ତାଙ୍କୁ ତାଙ୍କୁ ଏମସ୍ ହସପିଟାଲକୁ ନିଆଯାଇ ସେଠାରେ ଚିକିତ୍ସା କରାଯାଉଥିଲା। ଗତକାଲି ରାତି ପ୍ରାୟ ୧୧ଟା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ସେଠାରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟପରେ କରୋନା ନେଇ ମଧ୍ୟ ଚିକିତ୍ସା ଚାଲିଥିଲା। ହସପିଟାଲ କର୍ତୃପକ୍ଷ ତାଙ୍କ ମରଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିନାହାନ୍ତି। ଭୁବନେଶ୍ୱର ବିଏମସି ପକ୍ଷରୁ ଭୁବନେଶ୍ୱରରେ ହିଁ କୋଭିଡ ନିତି ନିୟମ ଅନୁସାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି।
ସ୍ୱର୍ଗତ ଅମର ଫୁଲବାଣୀର ସର୍ବ ପରିଚିତ ଭଗବତୀ କ୍ଲିନିକର ମାଲିକ ଥିଲେ। ତାଙ୍କର କ୍ଲିନିକରେ ସେ କନ୍ଧମାଳ ଜିଲ୍ଲା ସମେତ ପଡୋଶୀ ବୌଦ୍ଧ ଜିଲ୍ଲା ଏବଂ ଆଖପାଖ ଅଂଚଳର ହଜାର ହଜାର ରୋଗୀଙ୍କୁ ତାଙ୍କର ଉତ୍ତମ ବ୍ୟବହାର ସହିତ ସଠିକ ଆବଶ୍ୟକ ବେଳେ ରୋଗୀଙ୍କର ଘରକୁ ଯାଇ ଚିକିତ୍ସା ଯୋଗାଇବା ଏପରିକି ଆବଶ୍ୟକ ବେଳେ ଗରୀବ ରୋଗୀଙ୍କୁ ମାଗଣାରେ ସେବା ପ୍ରଦାନ କରୁଥିବା ଯୋଗୁଁ ସେ ହଜାର ହଜାର ଲୋକଙ୍କର ଅତି ପ୍ରିୟ ଭାଜନ ହୋଇ ପାରିଥିଲେ। ତାଙ୍କ ମୃତ୍ୟୁରେ ହଜାର ହଜାର ଲୋକେ ମର୍ମାହତ ହୋଇଛନ୍ତି। ତାଙ୍କର ଆକସ୍ମିକ ଦେହାନ୍ତରେ ଫୁଲବାଣୀ ମେଡିକାଲ ଛକ ସମେତ ତାଙ୍କର ବନ୍ଧୁ ମହଲରେ ଶୋକର ଛାୟା ଖେଳିଯାଇଛି।



