www.samajalive.in
Thursday, December 11, 2025
14.1 C
Bhubaneswar

ଖାକିରେ କଳଙ୍କ : ସହକର୍ମୀଙ୍କ ଭିନ୍ନକ୍ଷମ ଝିଅକୁ ଦୁଷ୍କର୍ମ ଅଭିଯୋଗ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲାରେ ଲଜ୍ଜା, ଖାକିରେ ଲାଗିଲା କଳଙ୍କ। ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ ଜନୈକ ପୁଲିସ କର୍ମୀଙ୍କ  ଭିନ୍ନକ୍ଷମ ଝିଅଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ। ଅଭିଯୋଗକାରୀଙ୍କ ପରିବାର ଲୋକ ଘରେ ନ ଥିବାର ସୁଯୋଗ ନେଇ,  ସେହି  ଥାନାରେ କାର୍ଯ୍ୟରତ ପୁଲିସ ଗାଡି  ଡ୍ରାଇଭର  ଏମ୍.ଡି ଆଝାଉଦିନ  ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ତାକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି।

ଗତକିଛି ଦିନ ହେବ ଠାକୁରମୁଣ୍ଡା ଥାନାର ଜନୈକ ପୁଲିସ କର୍ମଚାରୀ  କରୋନା ପାଇଁ ବାରିପଦାରେ କାର୍ଯ୍ୟ କରୁଥିବା ବେଳେ ଠାକୁରମୁଣ୍ଡା ସରକାରୀ ଘରେ ଏକ ମାତ୍ର ଭିନ୍ନକ୍ଷମ ଝିଅ ରହୁଥିଲା। ଏହାର ସୁଯୋଗ ନେଇ ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ ଏମ.ଡି ଆଝାଉଦିନ ଗୁରୁବାର ରାତିରେ ଭିନ୍ନକ୍ଷମ ଝିଅକୁ ବାରମ୍ବାର ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ କରିଛନ୍ତି ପୀଡିତା ।  ଖବର ପାଇ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ନାରାୟଣ ନାୟକ  ଏହାର ତଦନ୍ତ କରି ଅଭିଯୁକ୍ତ ପୁଲିସ ଡ୍ରାଇଭରଙ୍କୁ  ଅଟକ ରଖି  ଠାକୁରମୁଣ୍ଡା ଥାନା କେଶ ନଂ ୫୪ /୨୦୨୦ ଏକ ମାମଲା ରୁଜୁ କରିଛନ୍ତି।  ଅଧିକ ତଦନ୍ତ ପାଇଁ କରଞ୍ଜିଆ ଥାନା ଅଧିକାରିଣୀ ସରୋଜିନୀ ସିଂହଙ୍କୁ ଦାୟିତ୍ୱ ଦେଇଥିବା ଜଣା ପଡ଼ିଛି। ତେବେ ଉଭୟଙ୍କ ମେଡ଼ିକାଲ ଯାଞ୍ଚ ପରେ ପୁଲିସ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ତଦନ୍ତ ଦାୟିତ୍ବ ଥିବା ଥାନା ଅଧିକାରିଣୀ । ତେବେ ଏପରି ଏକ ଘୃଣ୍ୟ କାର୍ଯ୍ୟ କରିଥିବା ପୁଲିସ ଡ୍ରାଇଭରଙ୍କ ବିରୁଦ୍ଧରେ ମୟୁରଭଂଜ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories