www.samajalive.in
Sunday, December 14, 2025
26.1 C
Bhubaneswar

୨୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ବର : ବିଧାନସଭାର ଆସନ୍ତା ଶୀତକାଳୀନ ଅଧିବେଶନ ଲାଗି ଚଳିତମାସ ୨୦ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଚଳିତ ଅଧିବେଶନ କିଭଳି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ଏ ସଂକ୍ରାନ୍ତରେ ବିଧାନସଭା ପକ୍ଷରୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହିତ ସିପିଆଇଏମକୁ ଅବଗତ କରାଯାଇଛି। ଏହି ଅଧିବେଶନ କାଳରେ ୨୪ଟି ସରକାରୀ କାର୍ଯ୍ୟଦିବସ ରହିଥିବାବେଳେ ୬ଟି ଘରୋଇ ବିଧେୟକ ଓ ସଂକଳ୍ପ ରହିଛି। ଏହି ଅବଧି ମଧ୍ୟରେ ନଭେମ୍ବର ୨୫, ୨୬ ଓ ୨୭ ତାରିଖ ଛୁଟି ରହିଥିବାବେଳେ ଡିସେମ୍ବର ୩, ୯, ୧୦, ୧୭, ୨୩, ୨୪ ଓ ୨୫ରେ ବିଭିନ୍ନ ପର୍ବପର୍ବାଣି ପଡୁଥିବାରୁ ବିଧାନସଭା ଅଧିବେଶନ ବନ୍ଦ ରହିବ ବୋଲି ବିଜ୍ଞପ୍ତିରୁ ଜଣାଯାଇଛି।

ସୂଚନାଯୋଗ୍ୟ  ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଶୀତକାଳୀନ ଅଧିବେଶନରେ ମୋଟ୍‌‌ ୩୦ଟି କାର୍ଯ୍ୟ ଦିବସ ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories