କରୋନା ପ୍ରଭାବ: ବର୍ଷକ ପାଇଁ ଦେଶରେ ଲାଗୁ ହେବ ନାହିଁ କୌଣସି ନୂଆ ଯୋଜନା
ନୂଆଦିଲ୍ଲୀ :କୋଭିଡ୍-୧୯ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ରାଜକୋଷ ଉପରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଉପରେ ହେଉଥିବା ବ୍ୟୟ ଉପରେ ରୋକ୍ ଲଗାଇଛନ୍ତି । ଏଥିପାଇଁ ଆସନ୍ତା ବର୍ଷକ ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ ହେବନାହିଁ । ଚଳିତ ଆର୍ଥିକବର୍ଷ ଅର୍ଥାତ୍ ୨୦୨୧ ମାର୍ଚ୍ଚ ୩୧ ଯାଏ କେନ୍ଦ୍ର ସରକାର କୌଣସି ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିବେ ନାହିଁ । ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗକୁ ନିର୍ଦେଶ ଦିଆଯାଇଛି । କରୋନା ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
No New Scheme/Sub Scheme, whether under delegate power to ministry including SFC proposals or through EFC should be initiated in 2020-21 except proposal announced under PM Gareeb Kalyan Package, Aatma Nirbhar Bharat Abhiyan Package & any other special packages: Finance Ministry pic.twitter.com/bxf2pGkWqG
— ANI (@ANI) June 5, 2020
ଏସବୁ କଟକଣା ସତ୍ତ୍ବେ ସ୍ବତନ୍ତ୍ର ପ୍ୟାକେଜ୍ ନିମନ୍ତେ ପାଣ୍ଠି ଆବଣ୍ଟନ ହେବ । ଯେମିତିକି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍, ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜ୍ ଏବଂ ଅନ୍ୟ କୌଣସି ସ୍ବତନ୍ତ୍ର ପ୍ୟାକେଜ୍ ପାଇଁ କେନ୍ଦ୍ର ସରକାର ଏହି ସମୟରେ ପାଣ୍ଠି ଘୋଷଣା କରିପାରିବେ । ଅର୍ଥ ମନ୍ତ୍ରାଳୟ ଅଧୀନରେ ଆସୁଥିବା ବ୍ୟୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ପତ୍ରରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ ଯେଉଁ ସବୁ କେନ୍ଦ୍ରୀୟ ଯୋଜନାକୁ ଅନୁମୋଦନ ଦିଆଯାଇସାରିଛି ସେଗୁଡିକ ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆସନ୍ତାବର୍ଷ ମାର୍ଚ୍ଚ ଯାଏ ବାତିଲ କରାଯାଇଛି ।
Comments are closed.