www.samajalive.in
Monday, December 8, 2025
13.1 C
Bhubaneswar

ଆର୍ଜେଣ୍ଟିନାରେ ଏଲିଅନ୍ ଦେଖାଯାଇଥିବା ଦାବି

ଏଲିଅନ୍ ଏମାନଙ୍କ ସତ୍ୟାସତ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରିନି। ଗବେଷକଦଳଙ୍କ ଅନୁସାରେ, ସୌରମଣ୍ଡଳର ଅନ୍ୟ ଗ୍ରହରେ ଏଲିଅନ୍‌ଙ୍କ ସତ୍ତା ଅଛି କିନ୍ତୁ ସେମାନଙ୍କୁ ବଳିଷ୍ଠ ପ୍ରମାଣ ମିଳୁନାହିଁ। ଆମେରିକୀୟ ବୈଜ୍ଞାନିକଙ୍କ ପାଖେ ଏଲିଅନ୍‌ଙ୍କୁ ନେଇ ବହୁ ପ୍ରମାଣ ଥିବାବେଳେ ସେମାନେ ଏ ବାବଦରେ ପ୍ରଚାର କରୁନାହାନ୍ତି। କିଛି ମାସ ତଳେ ପ୍ରଶାନ୍ତ ମହସାଗର ଉପରେ ଜଣେ ବିମାନ ଚାଳକ ଉଡ଼ନ୍ତା ଥାଳିଆ ଦେଖିଥିଲେ। ବିମାନ ଚଳାଉଥିବା ସମୟରେ ସେ ଏହି ଉଡ଼ନ୍ତା ଥାଳିଆର ଫଟୋ ମଧ୍ୟ ଉଠାଇ ପରେ ଗବେଷକଦଳଙ୍କୁ ଦେଖାଇଥିଲେ।

ସେହିଭଳି ଏକ ଘଟଣା ଆର୍ଜେଣ୍ଟିନାରେ ଘଟିଛି। କିଛି ସପ୍ତାହ ତଳର କଥା। ସେଠାକାର ବୁଏନସ୍‌ ନାମକ ଅଞ୍ଚଳକୁ ଲାଗି ଛୋଟ ଜଙ୍ଗଲଟିଏ ରହିଛି। କିଛିଦିନ ତଳେ ଜଙ୍ଗଲରୁ ଅସ୍ବାଭାବିକ ଶବ୍ଦ ଶୁଭିବାରୁ ପାଖଆଖ ଲୋକେ ଏ ନେଇ ଅଭିଯୋଗ କଲେ। ଜଙ୍ଗଲ ନିକଟରେ ଖେଳୁଥିବା ପିଲାମାନେ ଦିନେ ଅଭିଯୋଗ କଲେ ଯେ ସେମାନେ ଅଜବ ପ୍ରାଣୀଟିଏ ଦେଖିଲେ। ଏହା ପରେ ପୁଲିସ୍ ଦଳ ଦିନରାତି ଜଙ୍ଗଲରେ ପହରା ଦେଲେ। ସପ୍ତାହେ ତଳେ ସନ୍ଧ୍ୟାସମୟରେ ଜନୈକ ପୁଲିସ୍ ଏକ ଅଜବ ପ୍ରାଣୀକୁ ଅତି ପାଖରେ ଦେଖି ନିଜ କ୍ୟାମେରାକୁ ଅନ୍ କରିଦେଲେ। ସାଥୀ ପୁଲିସମାନେ ମଧ୍ୟ ପ୍ରାଣୀକୁ ଦେଖିଲେ। ସେମାନେ ଅଧିକ କିଛି ଭାବିବା ପୂର୍ବରୁ ପ୍ରାଣୀଟି ନିମିଷକରେ ଜଙ୍ଗଲରେ ଅଦୃଶ୍ୟ ହୋଇଗଲା। ପ୍ରାୟ ୫ଦିନ ସେଠିକା ପୁଲିସ୍ ଦିନରାତି ଏକ କରି ଏହି ଏଲିଅନ୍‌କୁ ଖୋଜିଲା। ସେମାନେ ଆଉ ସନ୍ଧାନ ପାଇନଥିଲେ। ଏବେ ଗବେଷକଦଳ ସେଠିକା ମାଟି, ଗଛଲତା ପରୀକ୍ଷା କରୁଛନ୍ତି। ତଥ୍ୟଖୋଜିବାରେ ଲାଗିପଡ଼ିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories