www.samajalive.in
Friday, December 5, 2025
23.1 C
Bhubaneswar

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ପାଦ ଥାପିବେ ଆଲିୟା

ମୁମ୍ବଇ : ଏକାଧିକ ତାରକାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆର୍‍ଆର୍‍ଆର୍‍’ ଜରିଆରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ପାଦ ଥାପିବେ ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟ। ଏ ନେଇ ସୂଚନା ଦେଇଛନ୍ତି ନିଜେ ‘ଆର୍‍ଆର୍‍ଆର୍‍’ର ନିର୍ଦ୍ଦେଶକ ଏସ୍‍.ଏସ୍‍.ରାଜାମୌଲୀ। ଏଥିସହିତ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍‍ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ନିକଟରେ ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିବା ଏକ ବିଶେଷ ସାମ୍ବାଦିକ ସମ୍ମିଳନୀରେ ରାଜାମୌଲୀ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଓ ଏହାର କଳାକାରଙ୍କ ବିଷୟରେ ସୂଚନା ଦେଇଛନ୍ତି।

image courtesy-PINKVILLA

‘ଆର୍‍ଆର୍‍ଆର୍‍’ ଆସନ୍ତା ବର୍ଷ ୩୦ ଜୁଲାଇରେ ମୁକ୍ତିଲାଭ କରିବ। ଏହାକୁ ତାମିଲ, ତେଲୁଗୁ, ହିନ୍ଦୀ, ମାଲାୟଲମ ଆଦି ଭାଷାରେ ମୁକ୍ତିଲାଭ କରାଯିବ। ଏହାବ୍ୟତୀତ ଚଳଚ୍ଚିତ୍ରରେ କେଉଁ କଳାକାରମାନେ ଅଭିନୟ କରିଛନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି। ଏଥିରେ ଜୁନିୟର ଏନଟିଆର ଓ ରାମଚରଣଙ୍କ ସହିତ ବଲିଉଡ଼ କଳାକାର ଆଲିୟା ଭଟ୍ଟ ଓ ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ଆଲିୟାଙ୍କୁ ଏହି ଚଳଚ୍ଚିତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସେ ରାମଚରଣଙ୍କ ସହ ନଜର ଆସିବେ।

- Advertisement -

ଅନ୍ୟପକ୍ଷରେ ଅଜୟ ଦେବଗନ୍‍ଙ୍କ ଭୂମିକା ବିଷୟରେ ରାଜାମୌଲୀ କହିଛନ୍ତି, “ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବା କରିବା ପାଇଁ ଅଜୟ ରାଜି ହୋଇଛନ୍ତି। ସେ ‘ଆର୍‍ଆର୍‍ଆର୍‍’ର ଏକ ଅଂଶ ହୋଇ ବହୁତ ଖୁସି ଅଛନ୍ତି। ଆମେ ତାଙ୍କୁ ଖୁବଶୀଘ୍ର ଶୁଟିଂ ତାରିଖ ବିଷୟରେ କହିବୁ”। ରାଜାମୌଲୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅଜୟ, ଆଲିୟା ଓ ଅନ୍ୟମାନଙ୍କୁ ସହ କଳାକାର ଭାବେ ଦେଖିବାକୁ ମିଳିବ ଓ ଜୁନିୟର୍‍ ଏନଟିଆର୍‍, ରାମଚରଣଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ବଜେଟ୍‍ ୩୫୦-୪୦୦ କୋଟି ଟଙ୍କା ରହିଛି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories