www.samajalive.in
Monday, December 8, 2025
27.1 C
Bhubaneswar

ପାନୀୟ ନିଗମ ଡିପୋରୁ ଠକି ନେଲେ ଦେଢ଼ କୋଟିର ମଦ, ୬ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ତୁଳୁ ରୋଡରେ ଥିବା ଓଡିଶା ସରକାରଙ୍କ ଅଧିନସ୍ଥ ଓଡ଼ିଶା ଷ୍ଟେଟ ବିଭରେଜ୍ କର୍ପୋରେସନ (ଓଏସବିସି)ରୁ ବିପୁଳ ପରିମାଣର ବିଦେଶୀ ମଦ କାର୍ଯ୍ୟରତ କର୍ମଚାରୀଙ୍କ ଦ୍ବାରା ଆତ୍ମସାତ ହେବା ଅଭିଯୋଗରେ ଗୋଳନ୍ଥରା ଥାନା ପୁଲିସ ଗୁରୁବାର ଅପରାହ୍ନରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତମାନେ ହେଲେ ମକରଧ୍ୱଜ ବିଷୋୟୀ (୩୦), ନିର୍ମଳ ପରିଡ଼ା (୨୦), ଅଜୟ କୁମାର ସ୍ବାଇଁ (୪୦), ପ୍ରଦୀପ୍ତ କୁମାର ଦାଶ (୪୨), ସୁନୀଲ କୁମାର ସ୍ବାଇଁ (୪୨) ଓ ଗୁରୁଚରଣ ମହାନ୍ତି (୪୨)।

ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ ଓ ବ୍ରହ୍ମପୁର ସହରର ୧୮୧ଟି ସରକାର ଲାଇନସେନସ ପ୍ରାପ୍ତ ବିଦେଶୀ ମଦ ଦୋକାନକୁ କନିଷି ସ୍ଥିତ ଓଡ଼ିଶା ଷ୍ଟେଟ ବେଭେରେଜ୍ କର୍ପୋରେସନ (ଓଏସବିସି) ବିଭିନ୍ନ ବ୍ରାଣ୍ଡର ମଦ ଯୋଗାଣ କରିଥାଏ। ଗତ 2020 ଅକ୍ଟୋବର ରୁ ଡିସେମ୍ବର ମାସ ମଧ୍ୟରେ ଥାର୍ଡ କ୍ୱାଟର ଅଡିଟ ହୋଇଥିବା ବେଳେ ଷ୍ଟକ୍ ସଠିକ୍ ରହିଥିଲା। କିନ୍ତୁ ନିଗମ ପକ୍ଷରୁ ଗତ ଏପ୍ରିଲ ୧ ତାରିଖରୁ ୪ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଅଡିଟରେ ଦେଢ କୋଟି ଟଂକାର ମଦ ଆତ୍ମସାତ ହୋଇଥିବା ଜଣାପଡିଥିଲା। ବାର୍ଷିକ ଅଡିଟ ସମୟରେ ୧୯୦୬ ପେଟି ବିଦେଶ ମଦ, ୩୩୮ ପେଟି ବିୟର, ଓ ୧୧ ପେଟି ଡିଫେନ୍ସ ମଦ ଆତ୍ମସାତ ହୋଇଥିବା ନେଇ ଜଣାପଡ଼ିଥିଲା। ଏହି ଘଟଣା ପରେ ଗତ ୯ ତାରିଖରେ ବ୍ରାଞ୍ଚ ମ୍ୟାନେଜର ପ୍ରଦୀପ ରଞ୍ଜନ ପଟ୍ଟନାୟକ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ପକ୍ଷରୁ ୯୬/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

- Advertisement -

ଏହାପରେ କିଛିଦିନ ପ୍ରଦୀପ ରଞ୍ଜନଙ୍କୁ ମାମଲା ପ୍ରତ୍ୟାହାର କରିବା ପାଇଁ ମକରଧ୍ୱଜ ବିଷୋୟୀ, ଅଜୟ ସ୍ବାଇଁ ଓ ଅନ୍ୟ ୫ ଜଣ ମିଶି ହତ୍ୟା ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ପୁଣି ଥରେ ବ୍ରାଞ୍ଚ ମ୍ୟାନେଜର ପି କେ ପଟ୍ଟନାୟକ ପକ୍ଷରୁ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ପୋଲିସ ୯୯/୨୧ ରେ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତମାନେ କନିଷି ଡିପୋରେ କାମ କରୁଥିବା ବେଳେ ପୋଲିସ ଖବର ପାଇ ଚଢ଼ାଉ କରି ସମସ୍ତଙ୍କୁ କାବୁ କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ପକ୍ଷରୁ ଦେଢ କୋଟି ଟଂକାର ମଦ ଆତ୍ମସାତ ଘଟଣାରେ ତନାଘନା ଚାଲିଥିବା ବେଳେ ଏଥିରେ ଅନେକ ସମ୍ପୃକ୍ତ ଥିବା ଜଣାପଡିଛି। ପୁଲିସ ପକ୍ଷରୁ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଜଣାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories