ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଯୁବ ବିଜେଡିର ଉପସଭାପତି ଭାବେ ଅକ୍ଷୟ ପ୍ରଧାନ ମନୋନୀତ ହୋଇଛନ୍ତି। ଏନେଇ ବୁଧବାର ବିଜୁଯୁବ ଜନତା ଦଳ ପକ୍ଷରୁ ଘୋଷଣା କରାଯାଇଛି। ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ଅକ୍ଷୟ ବିଜେଡିର ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ସମୟରେ କାର୍ଯ୍ୟ କରିଆସୁଛନ୍ତି। ପୂର୍ବରୁ ସେ ଜିଲ୍ଲାର ଆଇ.ଟି ସେଲ ସଂଯୋଜକ ଭାବେ ଦାୟିତ୍ୱରେ ରହିଥିଲେ।
ଏହି ନୂତନ ଦାୟିତ୍ୱ ମିଳିବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ, ବିଜେଡି ଜିଲ୍ଲା ଯୁବ ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଯୁବ ସଂଗଠନକୁ ସୁଦୃଢ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ଅକ୍ଷୟ ନିଜ ପ୍ରତିକ୍ରିୟାରେ କହିଛନ୍ତି।



