www.samajalive.in
Wednesday, December 10, 2025
26.1 C
Bhubaneswar

ଆଜି ମହାଶିବରାତ୍ରି ; ଭୋର ୫ଟାରେ ଉଠିବ ମହାଦୀପ

ଆରଡି : ସୋମବାର ମହାଶିବରାତ୍ରୀ । ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିର ହୋଇଉଠିଛି ଉତ୍ସବମୁଖର। ଏହି ଅବସରରେ ରବିବାର ମନ୍ଦିର ଚୂଡାରେ ନୂଆ ନେତ ଲାଗି ହେବା ସହ ମନ୍ଦିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି। ବିଶେଷକରି ସୋମବାର ଅର୍ଥାତ ଜାଗରଯାତ୍ରା ଦିନ ମଣିବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଥିବାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ଲାଗିବ ପୀଠରେ। ରବିବାର ଏକବାର ନୀତିକାନ୍ତି ପାଇଁ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ବାଲ୍ୟଭୋଗ ଲାଗି ସରିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜିତ କରାଯାଇଥିଲା। ସମସ୍ତ ସକାଳ ଧୂପ ସହ ପଅଡକିଆ ଓ ବଡନୀତି ଆଦ ୨ଟା ସୁଧା ସରିବା ପରେ ମନ୍ଦିର ଗର୍ଭଗୃହକୁ ମାର୍ଜନା କରାଯାଇ ନୂଆ ଚାନ୍ଦୁଆ ଲାଗି କରାଯିବା ସହିତ ସେବାୟତଙ୍କ ପକ୍ଷରୁ ମନ୍ଦିର ଚୂଡାରେ ଅପରାହ୍ଣ ୪ଟାରେ ନୂଆ ନେତ ବନ୍ଧା ଯାଇଥିଲା। ପରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜିତ କରାଯିବା ପରେ ଏକବାର ନୀତି ଭୋଗ(ଅନ୍ନ) ଲାଗି କରାଯାଇଥିଲା। ପରେ ଏହି ନୀତିକୁ ସମସ୍ତ ସେବାୟତଙ୍କ ସହ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥିଲା। ଅନ୍ୟପଟେ ଜାଗର(ମହାଶିବରାତ୍ରି) ନୀତିକାନ୍ତି ନିମନ୍ତେ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସରିଥିବା ସେବାୟତ ପ୍ରକାଶ କରିଛନ୍ତି। ତାହା ସହ ଜାଗରଯାତ୍ରାର ସ୍ୱତନ୍ତ୍ର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବା ସହ ରାତି ଗୋଟାଏରେ ମଣିବାବାଙ୍କ ସୁନାବେଶ ଓ ଭୋର ୫ଟାରେ ମହାଦୀପ ମନ୍ଦିର ଚୂଡାକୁ ଉଠିବ ବୋଲି ବରିଷ୍ଠ ସେବାୟତ ପ୍ରକାଶ କରିଛନ୍ତି।
ଅନ୍ୟପଟେ ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ପୀଠରେ ପ୍ରସ୍ତୁତିକୁ ତଦାରଖ କରାଯିବା ସହିତ ମନ୍ଦିର ଭିତର ବେଢା ଓ ବାହର ବେଢାରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ପାଇଛି।
ସେହିପରି ଜଳପଥ ଓ ସ୍ଥଳପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ୨୪ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା, ଗହଳିପୂର୍ଣ୍ଣ ସ୍ଥାନଗୁଡିକୁ ସାଧା ପୋଷାକଧାରୀ ପୁଲିସ ଜଗି ରହିବେ ବୋଲି ଧାମନଗର ଏସଡିପିଓ ମନୋରଞ୍ଜନ ସାମଲ ପ୍ରକାଶ କରିଛନ୍ତି।
ଅନ୍ୟପଟେ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ବ୍ୟାରିକେଡକୁ ଯାଞ୍ଚ କରାଯିବା ସହିତ ଭକ୍ତଙ୍କ ଗମନାଗମନରେ ଯେପରି କୌଣସି ବାଧା ନ ଉପୁଜିବ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ ପୀତାମ୍ବର ସାମଲ ପ୍ରକାଶ କରିଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories