www.samajalive.in
Tuesday, December 9, 2025
15.1 C
Bhubaneswar

ବିଜେପିରେ ଆଜି ମିଶିବେ ବୈଜୟନ୍ତ !

ଭୁବନେଶ୍ୱର  : ଦୀର୍ଘଦିନର ବିଚାରବିମର୍ଶ ପରେ ବିଜେଡି ଛାଡ଼ିଥିବା ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଆସନ୍ତାକାଲି ବିଜେପିରେ ଯୋଗଦେବେ। ଏନେଇ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କୌଣସି ସ୍ପଷ୍ଟକରି ନଥିଲେ ମଧ୍ୟ ବିଜେପି ମହଲରେ ଚର୍ଚ୍ଚା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ପୂର୍ବାହ୍ନରେ ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ଏନେଇ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେପିରେ ବିଧିବଦ୍ଧ ଭାବେ ଶ୍ରୀ ପଣ୍ଡା ସାମିଲ ହେବେ। ଏଥିଲାଗି ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ ରବିବାର ସନ୍ଧ୍ୟାରେ ପ୍ରମୁଖ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ରବିବାର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦିଲ୍ଲୀ ଯାଉଛନ୍ତି। ପୂର୍ବାହ୍ନ ୧୧ଟା ସମୟରେ ଏହି ମିଶ୍ରଣ ପର୍ବ ହୋଇପାରେ। ତେବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ପଣ୍ଡା କେଉଁ ଦଳରେ ଯୋଗଦେବେ ସେନେଇ ରାଜ୍ୟ ରାଜନୀତିରେ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାହାର ଅନ୍ତ ହେବାକୁ ଯାଉଛି। କିଛିଦିନ ପୂର୍ବରୁ ଶ୍ରୀ ପଣ୍ଡା କଂଗ୍ରେସରେ ଯୋଗଦେବା ନେଇ ବେଶ୍‌ ଚର୍ଚ୍ଚା ଧରିଥିଲା। ସେହିପରି ଶ୍ରୀ ପଣ୍ଡା ନିଜେ ଏକ ଆଞ୍ଚଳିକ ଦଳ ଗଠନ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ମାତ୍ର ରବିବାର ମଧ୍ୟାହ୍ନରେ ବୈଜୟନ୍ତ ବିଜେପିରେ ଯୋଗଦେଉଥିବା ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ବରିଷ୍ଠ ଆଇଏଏସ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେଇ ଏବେ ଭୁବନେଶ୍ବରରୁ ଲୋକସଭା ପ୍ରାର୍ଥୀ ହେଉଥିବା ଏକପ୍ରକାର ସ୍ପଷ୍ଟ ସୂଚନା ମିଳୁଛି। କିଛିଦିନ ତଳେ ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ ଦଳ ଛାଡିଥିଲେ। ସେହି ସମୟରେ ବୈଜୟନ୍ତ ବିଜେପିରେ ମିଶିବା ନେଇ ମଧ୍ୟ ଖବର ଗଣମାଧ୍ୟମରେ ଜୋର ଧରିଥିଲା; ମାତ୍ର ଶ୍ରୀ ପଣ୍ଡା ସେତେବେଳେ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇପାରି ନଥିଲେ। ତେବେ ସମର୍ଥକମାନଙ୍କ ସହ ଆଲୋଚନା ପରେ ଶ୍ରୀ ପଣ୍ଡା ଏଭଳି ନିଷ୍ପତ୍ତି ନେଉଥିବା କୁହାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories