www.samajalive.in
Saturday, December 6, 2025
26.1 C
Bhubaneswar

ମିଜୋରାମରେ ବଡ ଅଘଟଣ ; ପଥର ଖାଦାନ ଭୁଶୁଡି ଘଟଣା, ମୃତ୍ୟୁ ସଂଖ୍ୟା ୧୫

ଆଇଜଲ୍ : ମିଜୋରାମର ରାଜଧାନୀ ଆଇଜଲରେ ବଡ ଧରଣର ଭୂସ୍ଖଳନ କାରଣରୁ ମଙ୍ଗଳବାର ଏକ ପଥର ଖାଦାନ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପୁଲିସ ଓ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ପ୍ରବଳ ବର୍ଷା ହେତୁ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ନଦୀ କୂଳରେ ରହୁଥିବା ଲୋକଙ୍କୁ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିଛି। ରାଜ୍ୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏକ ଜରୁରୀ ବୈଠକ ଡାକିଛନ୍ତି।

ବଦଳିବ ନିୟମ ; ଜୁନ୍ ୧ରୁ ହୋଇପାରେ ୫ଟି ବଡ ପରିବର୍ତ୍ତନ, ପ୍ରତ୍ୟେକ ପକେଟ୍ ଉପରେ ପଡିବ ପ୍ରଭାବ..

- Advertisement -

ପ୍ରବଳ ବର୍ଷା ହେତୁ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଘଟିଥିବାର ସୂଚନା ମିଳିଛି। ଜାତୀୟ ରାଜପଥ -୬ ରେ ଭୂସ୍ଖଳନ ହେତୁ ଆଇଜଲ ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇ ଯାଇଛି। ବର୍ଷା ହେତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ବନ୍ଦ ରହିଛି।
‘ରେମାଲ’ ବାତ୍ୟା କାରଣରୁ ଏଠାରେ ପ୍ରଚଣ୍ଡ ତାଣ୍ଡବ ଦେଖିବାକୁ ମିଳିଥିବା ବେଳେ ମଙ୍ଗଳବାର ପ୍ରାୟ ସକାଳ ୬ଟାରେ ଏଠାରେ ପଥର ଖାଦାନ ଭୁଶୁଡିବା ଖବର ମିଳିଥିଲା। ଖାଦାନ ଭୁଶୁଡିଥିବା ନିକଟରେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories