www.samajalive.in
Monday, December 8, 2025
14.1 C
Bhubaneswar

ବର୍ଷକରେ ଏୟାର ଇଣ୍ଡିଆର କ୍ଷତି ୮୪୦୦ କୋଟି

ନୂଆଦିଲ୍ଲୀ: ୨୦୧୯-୧୯ରେ ଦେଶର ଅନ୍ୟତମ ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ୮ ହଜାର ୪୦୦ କୋଟି ଟଙ୍କାର କ୍ଷତି ସହିଛି। ଏୟାର ଇଣ୍ଡିଆ ପୂର୍ବରୁ ଦୀର୍ଘ ସମୟ ଧରି ଅର୍ଥସଙ୍କଟ ଏବଂ ଋଣ ବୋଝ ଦେଇ ଗତି କରୁଛି। ପରିଚାଳନା ଖର୍ଚ୍ଚ ବୃଦ୍ଧି ଏବଂ ଫରେନ୍‌ ଏକ୍ସଚେଞ୍ଜରେ କ୍ଷତି ଯୋଗୁ କମ୍ପାନୀ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି।

ତେବେ ଗୋଟିଏ ବର୍ଷରେ କମ୍ପାନୀର ଯେତିକି କ୍ଷତି ହୋଇଛି ସେଥିରେ ଏକ ନୂଆ ଏୟାରଲାଇନ୍ସ କମ୍ପାନୀ ଆରମ୍ଭ କରାଯାଇପାରିବ। କାରଣ ଦେଶରେ ସଫଳତାର ସହିତ ଚାଲୁଥିବା ସ୍ପାଇସ୍‌ଜେଟ ଏୟାରଲାଇନ୍ସର ବଜାର ପୁଞ୍ଜି ୭ ହଜାର ୮୯୨ କୋଟି ଟଙ୍କା। ଅର୍ଥାତ ୮୦୦୦ କୋଟି ଟଙ୍କାରୁ କମ୍‌ ପୁଞ୍ଜିରେ ସ୍ପାଇସ୍‌ଜେଟ୍‌କୁ କିଣାଯାଇପାରିବ।

- Advertisement -

୨୦୧୮-୧୯ରେ ଏୟାର ଇଣ୍ଡିଆର ମୋଟ ଆୟ ୨୬ ହଜାର ୪୦୦ କୋଟି ଟଙ୍କା ହୋଇଛି। କିନ୍ତୁ ପରିଚାଳନା ଖର୍ଚ୍ଚ ବୃଦ୍ଧି କାରଣରୁ ୪ ହଜାର ୬୦୦ କୋଟି ଟଙ୍କା ହାନି ହୋଇଛି। ତୈଳ ଦର ବୃଦ୍ଧି ଏବଂ ପାକିସ୍ତାନ ଭାରତୀୟ ବିମାନଗୁଡ଼ିକ ପାଇଁ ଆକାଶମାର୍ଗ ବନ୍ଦ କରିଦେବା ପରେ ପ୍ରତିଦିନ ୩ରୁ ୪ କୋଟି ଟଙ୍କା କ୍ଷତି ହେଉଥିବା କମ୍ପାନୀ ପକ୍ଷରୁ ଦର୍ଶାଯାଇଛି। ପାକିସ୍ତାନ ଆକାଶମାର୍ଗ ବନ୍ଦ କରିଦେବା ଫଳରେ ଜୁନରୁ ୩ମାସ ମଧ୍ୟରେ ୧୭୫ରୁ ୨୦୦ କୋଟି ଟଙ୍କା ପରିଚାଳନାଗତ କ୍ଷତି ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories