www.samajalive.in
Monday, December 8, 2025
20.1 C
Bhubaneswar

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା; ଇସ୍ରାଏଲକୁ ଏୟାର ଇଣ୍ଡିଆ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ : ସମ୍ପ୍ରତି ଚାଲିଥିବା ଇସ୍ରାଏଲ-ହମାସ୍‌ ଯୁଦ୍ଧ ସହିତ ଇରାନରେ ହମାସ୍‌ର ରାଜନୈତିକ ମୁଖ୍ୟ ଇସମାଇଲ ହାନିୟା ଇସ୍ରାଏଲ ଆକ୍ରମଣରେ ନିହତ ହେବାପରେ ମଧ୍ୟ ପ୍ରାଚ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ପକ୍ଷରୁ ଇସ୍ରାଏଲକୁ ଏହାର ସମସ୍ତ ବିମାନ ସେବାକୁ ବନ୍ଦ ରଖାଯାଇଛି। ଏୟାର ଇଣ୍ଡିଆର ’ଏକ୍ସ’ ଆକାଉଣ୍ଟରେ ବିମାନ ଚଳାଚଳ ସଂସ୍ଥ ପକ୍ଷରୁ ଘୋଷଣା କରାଯାଇଛି ଯେ, ମଧ୍ୟପ୍ରାଚ୍ୟର ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଶୁକ୍ରବାର ଠାରୁ ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ତେଲ୍‌ ଆଭିଭ୍‌କୁ ଏୟାର ଇଣ୍ଡିଆ ତାହାର ସମସ୍ତ ବିମାନ ସେବା ସ୍ଥଗିତ ରଖିଛି। ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ଏବଂ ଏହି ସମୟ ମଧ୍ୟରେ ତେଲ୍‌ ଆଭିଭ୍‌ ଯିବାକୁ ଥିବା ଏବଂ ସେଠାରୁ ଆସିବାକୁ ଥିବା ସମସ୍ତ କନ୍‌ଫାର୍ମ ଟିକଟଧାରୀ ଯାତ୍ରୀଙ୍କ ନିମନ୍ତେ ବିମାନ ସେବା ସମୟ ପୁନଃ ନିର୍ଦ୍ଧାରଣ ଏବଂ ଯାତ୍ରା ବାତିଲ ବାବଦ ଚାର୍ଜ ଥରେ ଛାଡ କରିବା ସୁଯୋଗ ଯୋଗାଇ ଦିଆଯାଉଛି। କମ୍ପାନୀ ଏହାର ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ନିରାପତ୍ତାକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛି। ଏ ସମ୍ପର୍କରେ ଅଧିକ ସୂଚନା ନିମନ୍ତେ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ଯୋଗାଯୋଗ ଟେଲିଫୋନ ନମ୍ବର ଜାରି କରାଯାଇଛି। ହମାସ୍‌ ମୁଖ୍ୟ ହାନିୟାଙ୍କ ମୃତ୍ୟୁ ପରେ କ୍ଷୁବ୍ଧ ଇରାନ ପ୍ରତ୍ୟକ୍ଷ ଭାବରେ ଅଥବା ପରୋକ୍ଷରେ ତାହାର ସମର୍ଥିତ ଆତଙ୍କୀ ଗୋଷ୍ଠୀ ହୁଟି, ହମାସ୍‌ ଏବଂ ହେଜବୋଲ୍ଲା ଜରିଆରେ ଇସ୍ରାଏଲ ଉପରେ ବିଭିନ୍ନ ସ୍ଥାନରୁ ଆକ୍ରମଣ ଯୋଜନା କରିଥିବା କୁହାଯାଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories