www.samajalive.in
Monday, December 8, 2025
20.1 C
Bhubaneswar

ଆଣବିକ ଶକ୍ତି ପ୍ରକଳ୍ପକୁ ବିରୋଧ, ଗ୍ରାମବାସୀ-ପୁଲିସ ଖଣ୍ଡଯୁଦ୍ଧ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନର ବଂଶଓ୍ବାରା ଜିଲା ଅନ୍ତର୍ଗତ ଛୋଟି ସାରଓ୍ବନ ଗ୍ରାମ ନିକଟରେ ପ୍ରସ୍ତାବିତ ମାହି ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପ୍ରକଳ୍ପକୁ ବିରୋଧ କରି ସାରଓ୍ବନ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଣବିକ ପ୍ଲାଣ୍ଟର ପାଚେରୀ ନିର୍ମାଣ ଆରମ୍ଭ ହେବା ପରେ ଗ୍ରାମବାସୀ ଘଟଣାସ୍ଥଳକୁ ଆସି ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ପୁଲିସ ସହିତ ସେମାନଙ୍କର ମୁହାଁମୁହିଁ ହୋଇଛି। ପ୍ରଥମେ ଧସ୍ତାଧସ୍ତି ଏବଂ ପରେ ଉଭୟ ପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ପୁଲିସର ଲାଠିମାଡ଼ରେ ଅନେକ ଗ୍ରାମବାସୀ ଆହତ ହୋଇଥିବାବେଳେ ଟେକାପଥର ମାଡ଼ରେ ୩ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାରେ ଭାରତ ଆଦିବାସୀ ପାର୍ଟି ନେତାଙ୍କ ସମେତ ୧୨ ଜଣଙ୍କୁ ପୁଲିସ ଅଟକ ରଖିଛି।

୨୮୦୦ ମେଗାଓ୍ବାଟ ବିଶିଷ୍ଟ ଏହି ଆଣବିକ ଶକ୍ତି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବା ପୂର୍ବରୁ ଏହାର ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରକଳ୍ପ ପାଇଁ ବରି, ସଜଓ୍ବାନିଆ, ରାଇଲ, ଖଡ଼ିଆଦେବ, ଆଦିଭିତ ଏବଂ କତୁମ୍ବି ଆଦି ୬ ଗ୍ରାମର ୩ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି। ହେଲେ ଆଉ କିଛି ଗ୍ରମାବାସୀ ପ୍ରକଳ୍ପ ପାଇଁ ବିପଦ ଆଶଙ୍କା କରି ଏହାକୁ ବିରୋଧ କରୁଛନ୍ତି।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories