ଭୁବନେଶ୍ୱର: ସର୍ବଭାରତୀୟ ପଞ୍ଜାବ ନ୍ୟାଶ୍ନାଲ ବ୍ୟାଙ୍କ ଅଧିକାରୀ ସଂଘ (ଏଆଇପିଏନ୍ବିଓଏ) ଭୁବନେଶ୍ୱର ମଣ୍ଡଳର କାର୍ଯ୍ୟନିର୍ବାହୀ କମିଟି ବୈଠକ ମଣ୍ଡଳ ସଭାପତି ଅରବିନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଚଳିତ ମାସ ୧୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସଂଘ ପକ୍ଷରୁ ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଆଲୋକ ସେନାପତି ଏବଂ ସମ୍ବଲପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଲିଙ୍ଗରାଜ ଲୋହା ଏବଂ ମଣ୍ଡଳ ସାଧାରଣ ସମ୍ପାଦକ ବୈଲୋଚନ ସାହୁଙ୍କୁ ସମ୍ବର୍ନ୍ଧିତ କରାଯିବା ସହ ସେମାନଙ୍କର ନୂତନ କାର୍ଯ୍ୟ ପାଇଁ ସଫଳତା କାମନା କରାଯାଇଥିଲା । ସଂଘ ପକ୍ଷରୁ ୧୮ ଡିସେମ୍ବର ୨୦୨୨ରେ ଅନୁଷ୍ଠିତ ହେବାକୁ ଥିବା ଦଶମ ତ୍ରୟୋଦଶ ସମ୍ମିଳନୀର ଯୋଜନା ଗୁଡିକୁ ମଧ୍ୟ ଚୂଡାନ୍ତ କରାଯାଇଥିଲା ।



