ଲାଇଟ୍ ଏବଂ ସାଉଣ୍ଡ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଭୁବନେଶ୍ବର: ଆଇଗିଣିଆରେ ଏକ ଲାଇଟ ଆଣ୍ଡ୍ ସାଉଣ୍ଡ୍‌ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ଅଚାନକ ଦୋକାନରେ ନିଆଁ ଲାଗିଥିବା ଜଣାପଡିଥିଲା । ତୁରନ୍ତ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ସେତେବେଳକୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ତେବେ କେମିତି ଦୋକାନରେ ନିଆଁ ଲାଗିଥିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Comments are closed.