www.samajalive.in
Saturday, December 6, 2025
16.1 C
Bhubaneswar

ରେଳଯାତ୍ରାରେ ପୁଣି ମିଳିପାରେ ୫୦ ପ୍ରତିଶତ ରିହାତି

ନୂଆଦିଲ୍ଲୀ – ଭାରତୀୟ ରେଳରେ ବରିଷ୍ଠ ନାଗରିକ ଯାତ୍ରା କଲେ ୫୦ ପ୍ରତିଶତ ରିହାତି ମିଳୁଥିଲା । ଯାହାକୁ ୨୦୨୦ରେ ବନ୍ଦ କରି ଦିଆଯାଇଥିଲା । ମାତ୍ର ଏହାକୁ ପୁଣିଥରେ ଆରମ୍ଭ କରାଯାଇ ପାରେ । କରୋନା ସମୟରେ ଏହାକୁ ହଟାଇ ଦିଆଯାଇଥିଲା । ଏବେ ବରିଷ୍ଠ ନାଗରିକଙ୍କୁ ପୁଣି ଥରେ ରିହାତି ଦେବା ପାଇଁ ଦାବି ଉଠିଛି ।

ବିଜେପି ସାସଂଦ ରାଧାମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ରେଳ ମନ୍ତ୍ରାଳୟର ସଂସଦୀୟ ସ୍ଥାୟୀ କମିଟି ଏ ବିଷୟରେ ନିଜ ରିପୋର୍ଟ ଦାଖଲ କରିଛନ୍ତି । ସଂସଦର ଉଭୟ ସଦନରେ ଏହାକୁ ଉପସ୍ଥାପିତ କରାଯିବ । ରିପୋର୍ଟ ଅନୁସାରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପୁରୁଷ ଏବଂ ୫୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମହିଳାଙ୍କୁ ରେଳ ଟିକେଟ୍‌ରେ ୫୦ ପ୍ରତିଶତ ରିହାତି ଦିଆଯିବ । ଏହା ସଂସଦରେ ପାରିତ ହେବା ପରେ ପୁଣି ଥରେ ରେଳଯାତ୍ରା ସମୟରେ ୫୦ ପ୍ରତିଶତ ରିହାତି ମିଳିବ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories