www.samajalive.in
Friday, December 5, 2025
27.1 C
Bhubaneswar

୫ ଘଣ୍ଟାରେ ସିବିଆଇ କଲା ୧୦୦ ପ୍ରଶ୍ନ; ଆଡ଼ଭାଣୀ କହିଲେ ମୁଁ ‘ନିର୍ଦୋଷ’

ଅଯୋଧ୍ୟାର ବିବାଦୀୟ ବାବ୍ରୀ ଢ଼ାଞ୍ଚା ଭଙ୍ଗ ଘଟଣାରେ ଶୁକ୍ରବାର ସିବିଆଇ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାଣୀକୁ ଜେରା କରିଛି । ଭିଡ଼ିଓ କନ୍ଫରେନ୍ସିଂରେ ସିବିଆଇ ସ୍ବତନ୍ତ୍ର ଅଦାଲତ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆଡ଼ଭାଣୀଙ୍କ ଶୁଣାଣି କରିଥିଲା । ଏହି ସମୟରେ ସିବିଆଇ ଆଡ଼ଭାନୀଙ୍କୁ ପ୍ରାୟ ୧୦୦ ପ୍ରଶ୍ନ କରିଥିଲା । ସୂଚନା ମୁତାବକ ଅଧିକାଂଶ ପ୍ରଶ୍ନର ଉତ୍ତରରେ ଆଡ଼ଭାଣୀ ନିଜକୁ ନିର୍ଦୋଷ  ଏବଂ ତତ୍କାଳୀନ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ତାଙ୍କୁ ଷଡ଼ଯନ୍ତ୍ର କରି ଏହି ମାମଲାରେ ସଂପୃକ୍ତ କରିଥିବା କହିଥିଲେ। ଗୁରୁବାର ବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା, ସେ ମଧ୍ୟ ଏହି ଘଟଣାରେ ନିଜକୁ ନିର୍ଦୋଷ ବୋଲି ପକ୍ଷ ରଖିଥିଲେ ।

ଅଯୋଧ୍ୟାର ବିବାଦୀୟ ବାବ୍ରୀ ଢ଼ାଞ୍ଚା ୧୯୯୨ ଡ଼ିସେମ୍ବର ୬ ତାରିଖରେ ଭଙ୍ଗା  ଯାଇଥିଲା । ଏଥିନେଇ ରାମ ଜନ୍ମଭୂମି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସିବିଆଇ ଏହି ଘଟଣାରେ ୪୯ ଜଣଙ୍କ ବିରୋଧରେ ସ୍ବତନ୍ତ୍ର ଅଦାଲରେ ଚାର୍ଜସିଟ୍ ଦାଖଲ କରିଥିଲା । ଏମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୧୭ ଜଣଙ୍କ ପରଲୋକ ହୋଇ ଯାଇଛି । ଏବେ ଚାର୍ଜସିଟରେ ଲାଲକୃଷ୍ଣ ଆଡ଼ଭାଣୀଙ୍କ ବ୍ୟତୀତ ଉମାଭାରତୀ, କଲ୍ୟାଣ ସିଂହ, ଅଶୋକ ସିଂଘଲ, ଡ଼. ମୂରଲୀ ମନୋହର ଯୋଶୀ, ବିନୟ କଟିଆର, ସାଧ୍ବୀ ଋତମ୍ବରାଙ୍କ ସମେତ ୧୩ ଜଣଙ୍କ ନାଁ ରହିଛି ।

- Advertisement -

ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ଗତ ମେ ୮ ତାରିଖରେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ମାମଲାର ଶୁଣାଣି ଶେଷ କରିବାକୁ ସିବିଆଇ ସ୍ବତନ୍ତ୍ର କୋର୍ଟକୁ ନିର୍ଦେଶ ଦେଇଥିଲେ ।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories