www.samajalive.in
Thursday, December 11, 2025
23.1 C
Bhubaneswar

+୩ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଜାରି

ଡେସ୍କ: ୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ ୩ (ସ୍ନାତକ)ରେ ଖାଲି ପଡ଼ିଥିବା ଆସନ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ୱେବ୍‌ସାଇଟ୍‌ରେ ନଭେମ୍ବର ୪ ତାରିଖ ଅପରାହ୍ନ ୪ଟାରୁ କମନ୍‌ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ୍ତା ୪ ତାରିଖରୁ ଆବେଦନ ଆରମ୍ଭ ହୋଇ ୧୨ରେ ସରିବ। ୧୭ ତାରିଖ ଅପରାହ୍ନ ୪ଟାରେ ପ୍ରୋଭିଜିନାଲ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ୧୮ ତାରିଖରୁ ୨୦ତାରିଖ ସନ୍ଧ୍ୟା ୫ଟା ଭିତରେ (ଛୁଟିଦିନ ବ୍ୟତୀତ) ନାମ ଲେଖାଇବେ। ନଭେମ୍ବର ୨୧ ଓ ୨୨ରେ ୱେଟିଂ ନାମଲେଖା ପାଇଁ ଆବେଦନ ଓ ୨୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ନଭେମ୍ବର ୨୮ରୁ ୨୯ ମଧ୍ୟରେ ନାମ ଲେଖାଇବେ।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ୧,୦୪୭ ଡିଗ୍ରୀ କଲେଜରେ ୨,୭୧,୦୯୧ ସିଟ୍ ରହିଛି। ସେଥିମଧ୍ୟରୁ ୧,୮୭,୦୫୬ ଜଣ ନାମ ଲେଖାଇଥିବା ବେଳେ ୮୪,୦୭୫ ସିଟ୍ ଖାଲି ପଡିଥିବା ଜଣାପଡ଼ିଛି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories