କୌଣସି ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ – ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ

ଜାମ୍ମୁ: ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗରିଶ ଚନ୍ଦ୍ର ମର୍ମୁ କହିଛନ୍ତି, ଲୋକମାନଙ୍କୁ ଉସକାଇବା ପାଇଁ କୌଣସି ଷଡ଼ଯନ୍ତ୍ର ଓ ସେମାନଙ୍କର ମନକୁ ଆଘାତ ଦେବାଭଳି କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ସୋମବାର ରାତିରେ କାଶ୍ମୀରର କୋନସାରବଲ୍‍ ତ୍ରାଲ୍‍ ସ୍ଥିତ ଏକ ମସ୍‍ଜିଦରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି।

ଶାନ୍ତି ଓ ସଦ୍‍ଭାବନା ବଜାୟ ରଖିବା ପାଇଁ ସେ ଜାମ୍ମୁ କାଶ୍ମୀରର ଲୋକମାନଙ୍କୁ ନିବେଦନ କରିଛନ୍ତି ଓ କୌଣସି ଗୁଜବର ଶିକାର ନହେବା ପାଇଁ ପରାମର୍ଶ ଦେଇଛନ୍ତି। ସମଗ୍ର ରାଜ୍ୟର ଧାର୍ମିକ ସ୍ଥଳୀଗୁଡ଼ିକର ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉପରାଜ୍ୟପାଳ ପୁଲିସ୍‍ ଡି.ଜି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.