www.samajalive.in
Monday, December 8, 2025
24.1 C
Bhubaneswar

‘ଇସ୍‍ ପ୍ୟାର କୋ କ୍ୟା ନାମ୍‍ ଦୁଁ’ ଅଭିନେତ୍ରୀ ସଙ୍ଗୀତା ଶ୍ରୀବାସ୍ତବଙ୍କ ପରଲୋକ

ମୁମ୍ବଇ: ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ‘ଇସ୍‍ ପ୍ୟାର କୋ କ୍ୟା ନାମ୍‍ ଦୁଁ’ର ଚର୍ଚ୍ଚିତ କଳାକାର ସଙ୍ଗୀତା ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ମଙ୍ଗଳବାର ମୁମ୍ବଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସଙ୍ଗୀତା ‘ଇସ୍ ପ୍ୟାର କୋ କ୍ୟା ନାମ ଦୁଁ’ ଏବଂ ‘ଥାପ୍କି ପ୍ୟାର୍ କି’ ସମେତ ଅନେକ ଟିଭି ସିରିଏଲରେ କାମ କରିଥିଲେ। ଦୀର୍ଘ ସମୟ ଧରି ସେ ଭାସ୍କୁଲାଇଟିସ୍ ନାମକ ଏକ ରୋଗରେ ପୀଡିତ ଥିଲେ। ଏହି କାରଣରୁ ତାଙ୍କୁ ମୁମ୍ବଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସଂଗୀତା ଶ୍ରୀବାସ୍ତବ ଟିଭି ସିରିଏଲ୍ ‘ଇସ୍ ପ୍ୟାର୍ କୋ କ୍ୟା ନାମ ଦୁଁ’ ଧାରାବାହିକରେ ଉତ୍କୃଷ୍ଟ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥିଲେ। ଏହି ସିରିଏଲ ୨୦୧୧ ମସିହାରେ ଆରମ୍ଭ ହୋଇଥିଲା।

- Advertisement -

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories