ଡେସ୍କ: ଲୋକପ୍ରିୟ ବଲିଉଡ ଅଭିନେତା ଅନୁପମ ଖେର ଓଡିଶା ପୁଲିସର ପ୍ରଶଂସାରେ ଶତମୁଖ। ଏ ନେଇ ଅନୁପମ ଟ୍ୱିଟ କରିଛନ୍ତି। ଏହି ଟ୍ୱିଟରେ ସେ ଏକ ୪୭ ସେକେଣ୍ଡର ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଶ୍ରୀମନ୍ଦିରରେ କାର୍ଯ୍ୟରତ ଓଡିଶା ପୁଲିସର କର୍ମଚାରୀମାନେ ବୟସ୍କ ଏବଂ ଦିବ୍ୟାଙ୍ଗ ମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାରେ ସହାୟତା କରୁଛନ୍ତି।
ସେ ଟ୍ୱିଟ କରିଛନ୍ତି, ‘ମୁଁ ଏକ ଭିଡିଓ ଦେଖିବାକୁ ପାଇଲି ଯେଉଁଥିରେ ପୁରୀ ଜଗନ୍ନାଥ ମନ୍ଦିରରେ ଓଡିଶା ପୁଲିସର ଅଧିକାରୀମାନେ ବୃଦ୍ଧ ଏବଂ ଦିବ୍ୟାଙ୍ଗ ଲୋକଙ୍କୁ ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠତାର ସହ ସାହାଯ୍ୟ କରୁଛନ୍ତି। ସେହି ଦୃଶ୍ୟଗୁଡିକ ହୃଦୟସ୍ପର୍ଶୀ! ଏହା ବହୁତ ଭଲ କାମ, ଜୟ ହୋ!’
‘Chanced upon this video where odisha police personal and officers are helping elderly and differently abled people at Jagganath Puri temple so efficiently and compassionately! These visuals are heartwarming! Well done and Jai Ho!’
ସେହି ଭିଡିଓରେ ପୁଲିସ କର୍ମଚାରୀମାନେ ଅତ୍ୟନ୍ତ ଆଗ୍ରହର ସହ ବୟସ୍କ ଓ ଦିବ୍ୟାଙ୍ଗ ମାନଙ୍କୁ ବାଟ କଢେଇ ନେବା ସହ ସେମାନଙ୍କୁ ଜଗା ଦର୍ଶନ ପାଇଁ ହାତରେ ଧରି ନେଉଛନ୍ତି।
Chanced upon this video where @odisha_police personal and officers are helping elderly and differently abled people at #JagganathPuri temple so efficiently and compassionately! These visuals are heartwarming! Well done and Jai Ho! 🙌👏🙏@Naveen_Odisha @SPPuri1 @DGPOdisha pic.twitter.com/vu26gCpZza
— Anupam Kher (@AnupamPKher) November 22, 2023



