www.samajalive.in
Thursday, December 11, 2025
14.1 C
Bhubaneswar

୧୫ଜିଲା ଦୁର୍ଘଟଣାପ୍ରବଣ

-ଅନ୍ୟ ସହରକୁ ସମ୍ପ୍ରସାରିତ ହେବ ଟ୍ରାଫିକ ଷ୍ଟୁଡେଣ୍ଟ ବ୍ୟବସ୍ଥା
-ନିଶାସକ୍ତ ଚାଳନା ରୋକିବାକୁ ସପ୍ତାହରେ ତିନିଦିନ ଯାଞ୍ଚ

ଭୁବନେଶ୍ବର : ଜାତୀୟ ହାରଠାରୁ ଓଡ଼ିଶାରେ ଦୁର୍ଘଟଣା ହାର ଅଧିକ। ରାଜ୍ୟରେ ୧୫ଟି ଜିଲା ଅଧିକ ଦୁଘଟଣାପ୍ରବଣ। ଏଠାରେ ମୃତାହତ ହାର ମଧ୍ୟ ଅଧିକ। ଏସବୁ ଜିଲା ମଧ୍ୟରେ ରହିଛି ନୂଆପଡ଼ା, ଝାରସୁଗୁଡ଼ା, କନ୍ଧମାଳ, ବରଗଡ଼, ନବରଙ୍ଗପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଭଦ୍ରକ, ଗଜପତି, ପୁରୀ, ଦେବଗଡ଼, କଟକ, ଢେଙ୍କାନାଳ, ମାଲକାନଗିରି ଓ କୋରାପୁଟ। ୨୦୧୮ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ଦୁର୍ଘଟଣା ହାର ୭.୯% ଥିବାବେଳେ ଗତ ଜାନୁଆରୀରୁ ଅକ୍ଟୋବର ଭିତରେ ଏହି ହାର ୮.୫%କୁ ବଢ଼ିଛି। କାରଣ ଖୋଜିବାକୁ ସମ୍ପୃକ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇଛି।
ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟିୟର୍ସ ଯୋଜନା କଟକ ଓ ଭୁବନେଶ୍ବରରେ ସଫଳ ହୋଇଥିବାବେଳେ ଏହା ଅନ୍ୟ ଗୁରୁତ୍ବପୂର୍ଣ୍ଣ ସହରକୁ ସମ୍ପ୍ରସାରିତ କରାଯିବାର ପ୍ରସ୍ତାବ ରହିଛି। ସଡ଼କ ନିରାପତ୍ତା କ୍ଷେତ୍ରରେ ଏସପି ଓ ଜିଲାପାଳଙ୍କ ସଫଳତା ଏଣିକି ସେମାନଙ୍କ ଦକ୍ଷତା ଆକଳନ ପାଇଁ ବିଚାରକୁ ନିଆଯିବ। ଦୁର୍ଘଟଣା ନେଇ ପୁଲିସ ରିପୋର୍ଟ ବିଳମ୍ବରେ ଆସୁଥିବାରୁ ଅଧିକାଂଶ କ୍ଷେତ୍ରରେ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବା ସମ୍ଭବ ହେଉନାହିଁ। ତେଣୁ ନିୟମ ଉଲ୍ଲଘଂନ କରାଯିବାର ସପ୍ତାହକ ଭିତରେ ପୁଲିସ ରିପୋର୍ଟ ପଠାଇବାକୁ ନିଷ୍ପତ୍ତି ହୋଇଛି। ନିଶାସକ୍ତ ଭାବେ ଗାଡ଼ି ଚଳାଇବା ଉପରେ ଅଙ୍କୁଶ ପ୍ରୟୋଗ ପାଇଁ ଏଣିକି ସପ୍ତାହରେ ୨/୩ଦିନ ଯାଞ୍ଚ କରାଯିବ। ସଡ଼କ ନିରାପତ୍ତା ରକ୍ଷାରେ ଭଲ କାମ କରୁଥିବା ଏସପିଙ୍କୁ ଅଭିନନ୍ଦନ ପତ୍ର ଦିଆଯିବାକୁ ସ୍ଥିର ହୋଇଛି। ରାଜ୍ୟର ଅଧିକ ୫ଟି ବଡ଼ ଧରଣର ଦୁର୍ଘଟଣା ପ୍ରବଣ ସ୍ଥାନରେ ରାଜପଥ ପେଟ୍ରୋଲିଂ ପାଇଁ ରାଜ୍ୟ ସଡ଼କ ନିରାପତ୍ତା ପାଣ୍ଠିରୁ ୧୦କୋଟି ଟଙ୍କା ଗୃହ ବିଭାଗକୁ ମଞ୍ଜୁର କରାଯାଇଥିବା ସୂଚନା ମିଳିଛି। ରାଜ୍ୟର ବଡ଼ ଜଙ୍କସନ, ବିଦ୍ୟାଳୟ ଓ ଡାକ୍ତରଖାନାଗୁଡ଼ିକର ଆଲୋକୀକରଣ ସହ ସଡ଼କ ନିରାପତ୍ତାର ତନଖି ପାଇଁ ନିଷ୍ପତ୍ତି ହୋଇଛି।
ଆସନ୍ତା ୩ବର୍ଷରେ ପ୍ରତି ଜିଲାରେ ଟ୍ରମା କେୟାର କେନ୍ଦ୍ର ସ୍ଥାପନ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜରୁରୀକାଳୀନ ଆବଶ୍ୟକତା ପାଇବା ପାଇଁ ସାଧାରଣ ଜାତୀୟ ସିଙ୍ଗଲ ଇମରଜେନ୍ସି ରେସପନ୍ସ ନମ୍ବର ୧୧୨ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ। ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ନିରାପତ୍ତା ସ୍ଥାନିତ କରାଯାଇଛି। ପୂର୍ବରୁ ନବମ ଓ ଦଶମରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରିବାକୁ ସ୍ଥିର ହୋଇଥିଲା। ଏଣିକି ସିବିଏସଇ ଓ ଆଇସିଏସଇ ପାଠ୍ୟକ୍ରମରେ ଏହାକୁ ସାମିଲ କରିବା ନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯିବାକୁ ସ୍ଥିର ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories