www.samajalive.in
Wednesday, December 10, 2025
26.1 C
Bhubaneswar

ଟ୍ରାକ୍ଟର ଧକ୍କାରେ ଛାତ୍ରୀ ଗୁରୁତର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ପଞ୍ଚାୟତର ଲତାଗୁଡା ଗାଁ ନିକଟରେ ଟ୍ରାକ୍ଟର ଧକ୍କାରେ ଛାତ୍ରୀ ଗୁରୁତର ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଲତାଗୁଡା ଗାଁର ମୁଗୁରି କର୍ଷିକାଙ୍କ ଝିଅ ସୁନିତା କର୍ଷିକା (୧୪)ସ୍ଥାନୀୟ ସରକାରୀଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢି ମଧ୍ୟାହ୍ନରେ ସାଇକଲ ଯୋଗେ ଘରକୁ ଫେରୁଥିବା ବେଳେ କଟକିନାଳ ଗଡାଣିରେ ପଛ ପାର୍ଶ୍ୱରୁ ଏକ ବାଲି ବୋଝେଇ ଟ୍ରାକ୍ଟର ଆସି ଛାତ୍ରୀକୁ ଧକ୍କା ଦେଇ ଥିଲା । ଘଟଣା ସ୍ଥଳରେ ଛାତ୍ରୀ ପଡି ଛଟପଟ ହେଉଥିବା ଗ୍ରାମ ବସି ଦେଖି ସଙ୍ଗେ ସଙ୍ଗେ ୧୦୮କୁ ଯୋଗା ଯୋଗ କରିଥିଲେ। ଗାଡି ଉପଲବ୍ଧ ନଥିବା ଜାଣି  ଅଗ୍ନିସେବା କେନ୍ଦ୍ରକୁ ଯୋଗା ଯୋଗ କରିଥିଲେ। ଗାଡି ଘଟଣା ସ୍ଥଳରେ ପହଞ୍ଚିବା ବିଳମ୍ବ ହେବାରୁ ଥାନା ଗାଡି ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀକୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଥିଲେ । ଏଠାରେ ଡାକ୍ତର ପ୍ରମୋଦ କୁମାର ମିଶ୍ର ପ୍ରାଥମିକ ଚିକିତ୍ସା କରି ଛାତ୍ରୀ ଗୁରୁତର ଆହତ ହୋଇଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ  ପଠାଇଥିଲେ। ପୁଲିସ ଏସ ଆଇ ରଞ୍ଜନ ନାଗ, ହରି ବନ୍ଧୁ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଟ୍ରାକ୍ଟରଟି  ପାଲିଗାଁର ବୋଲି ଜଣା ପଡିଛି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories