www.samajalive.in
Wednesday, December 10, 2025
18.1 C
Bhubaneswar

ଆମ୍ବୁଲାନ୍ସ, ବାଇକ୍ ଓ ଟ୍ରକ ମଧ୍ୟରେ ଧକ୍କା, ୬ ଆହତ

ସମ୍ବଲପୁର : ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅର୍ନ୍ତଗତ ହାତୀବାରି ଠାରେ ଶୁକ୍ରବାର ଏକ ସଡକ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ସମ୍ବଲପୁର ପଟରୁ କଟକ ପଟକୁ ଯାଉଥିବା ଏକ ଟ୍ରକ, ହାତୀବାରି ବ୍ରିଜ ନିକଟରେ ରେଢ଼ାଖୋଲ ତରଫରୁ ଆସୁଥିବା ଏକ ଆମ୍ବୁଲାନ୍ସ ଏବଂ ପରେ ଏକ ବାଇକ ମଧ୍ୟରେ ଦ୍ୱିହପର ପ୍ରାୟ ୨ଟା ୩୦ରେ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭର ନନ୍ଦିରାଜ ଜଗଦଲା(୩୨), ରୋଗୀ ସୋନାଲୀ ନାୟକ(୧୧), ରୋଗୀର ପରିଜନ ଯମୁନା ନାୟକ (୪୦), ସବିତା ପ୍ରଧାନ (୧୯), ବାଇକ ଆରୋହୀ ମହମ୍ମଦ ଇମରାନ(୨୫) ଓ ମହମ୍ମଦ ରିୟାସତ ହୁସେନ (୩୦) ଆହତ ହୋଇଛନ୍ତି। ଘଟଣା ସର୍ମ୍ପକରେ ଖବର ପାଇବା ପରେ ଯୁଯୁମୁରା ନିବାସୀ ତଥା ସମାଜସେବୀ ଅରୁଣ ଦେହୁରୀ ଘଟଣାସ୍ଥଳକୁ ତୁରନ୍ତ ପହଞ୍ଚିି ଥାନାକୁ ଫୋନ କରିବା ସହିତ ନିଜର ବୋଲେରୋ ଗାଡିରେ ଆହତ ସୋନାଲୀ, ଯମୁନା, ସବିତା, ଇମରାନ ଓ ରିୟାସତଙ୍କୁ ସମ୍ବଲପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଘଟଣା ସର୍ମ୍ପକରେ ବାଇକ ଆରୋହୀ ଇମରାନ କହିଛନ୍ତି ଯେ, ସେମାନେ ରେଢ଼ାଖୋଲରୁ ବାଇକ ଯୋଗେ ସମ୍ବଲପୁର ଆସୁଥିବା ବେଳେ ହାତୀବାରି ବ୍ରିଜ ନିକଟରେ ଟ୍ରକ ପ୍ରଥମେ ଆମ୍ବୁଲାନ୍ସକୁ ଧକ୍କା ଦେଇ ସେମାନଙ୍କ ପଟକୁ ମାଡି ଆସିଥିଲା। ଏଣୁ ଟ୍ରକ ଧକ୍କାରେ ସେମାନେ ଦୁଇ ଜଣ ବାଇକରୁ ଛିଟିକି ପଡିଥିଲେ। ତେବେ ବାଇକଟି ଟ୍ରକ ତଳେ ଚାପି ହୋଇ ଘୋଷାଡି ହୋଇ ରାସ୍ତାକଡରେ ବିଲ ମଧ୍ୟକୁ ପଶିଯାଇଥିଲା। ଏହି ଦୁର୍ଘଟଣାର ଅନ୍ୟତମ ପ୍ରତ୍ୟକ୍ଷଦର୍ଶୀ ଆମ୍ବୁଲାନ୍ସର ଫାର୍ମାଶିଷ୍ଟ ସୁମନ୍ତ କୁମାର ସାହୁ କହିଛନ୍ତି ଯେ, ଆମ୍ବୁଲାନ୍ସଟି ବୌଦ୍ଧ ଜିଲାର ହୋଇଥିବା ବେଳେ କଲ ପାଇ ରେଢ଼ାଖୋଲରୁ ଆମେ ଗୋଟିଏ ଛୋଟ ଝିଅକୁ ନେଇ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲୁ। ଆମ୍ବୁଲାନ୍ସରେ ଡ୍ରାଇଭର, ଫାର୍ମାଶିଷ୍ଟ, ରୋଗୀ ଓ ରୋଗୀର ଦୁଇ ଜଣ ସର୍ମ୍ପକୀୟଙ୍କୁ ମିଶାଇ ସମୁଦାୟ ୫ ଜଣ ଥିଲୁ ବୋଲି ଫାର୍ମାଶିଷ୍ଟ ସୁମନ୍ତ କହିଛନ୍ତି। ତେବେ ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ସୁମନ୍ତଙ୍କୁ ସାମାନ୍ୟ ଆହତ ହୋଇ ସେ ବର୍ତ୍ତି ଯାଇଥିବାର ସେ କହିଛନ୍ତି। ଏହି ଘର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ମାରିଛି। ଆହତମାନଙ୍କ ମଧ୍ୟରୁ ଇମରାନଙ୍କ କାନରୁ ରକ୍ତସ୍ରାବ ବନ୍ଦ ନ ହେବା ଏବଂ ନନ୍ଦିରାଜ ଓ ରିୟାସତ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭିମସାର ବୁର୍ଲାକୁ ରେଫର କରାଯାଇଛି। ଆମ୍ବୁଲାନ୍ସ ରୋଗୀ ଓ ପରିବାରବର୍ଗ ତଳିପଡା, ଖଣ୍ଡାଢ଼ିପା, ରେଢ଼ାଖୋଲର ନିବାସୀ ହୋଇଥିବା ବେଳେ ବାଇକ ଆରୋହୀ ମାନେ ସମ୍ବଲପୁର ସୁନାପାଲୀ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories