www.samajalive.in
Saturday, December 6, 2025
26.1 C
Bhubaneswar

ଅନ୍ତେଷ୍ଟି କ୍ରିୟା ସାରି ଫେରିବା ବେଳେ ଦୁର୍ଘଟଣା ଜଣେ ମୃତ,୪ ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ କରଡ଼ାକୋଠା ନିକଟରେ ଶନିବାର ଭୋର ସମୟରେ ଏକ କାର ଠିଆହୋଇ ଥିବା ଜେସିବି ବୋଝେଇ ଟ୍ରଲର କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି।ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଅରୁଣ ମେହେର ।  ଗୁରୁତରମାନେ ହେଲେ କାର ଚାଳକ ରାମ ମେହେର ,ଅଶୋକ ମେହେର, ବିଦୁଭୁଷଣ ମେହେର, ଛନ୍ଦ ମେହେର ।
ସୂଚନା ଅନୁସାରେ ଆଜି ଭୋରରୁ ବଲାଙ୍ଗୀର ଜିଲ୍ଲାର ୫ଜଣ ଏକ କାର ଯୋଗେ ପୁରୀରୁ ଅନ୍ତେଷ୍ଟି କ୍ରିୟା ସାରି ଘରକୁ ଫେରୁଥିଲେ ।ଏହି ସମୟରେ କରଡାକୋଠା ନିକଟରେ ଚାଳକର ଆଖି ଲାଗି ଯିବାରୁ କାରଟି ଭାରସାମ୍ୟ ହରାଇ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରଲରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଗାଡିରେ ଥିବା ୫ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ହରଭଙ୍ଗା ଅଗ୍ନିଶମବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ବୌଦ୍ଧ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories