ଲୋଇସିଂହା:ବୁଧବାର ସକାଳେ ୨୬ନମ୍ବର ଜାତୀୟ ରାଜପଥ ବୁର୍ଡାରେ ଅଜଣା ଗାଡି ଧକ୍କାରେ ବୁର୍ଡାର ଟିଟୁ ଭୋଇଙ୍କର ମୃତ୍ୟୁ ହୋଇଛି ଓ କାଳିଆ ସା ଆହତ ହୋଇଛନ୍ତି। ସେମାନଙ୍କୁ ଲୋଇସିଂହା ଦମକଳ ବାହିନୀ ପକ୍ଷରୁ ଲୋଇସିଂହା ଡାକ୍ତରଖାନାକୁ ନିଆଯାଇଥିଲା। ଭୀମ ଭୋଇ ମେଡ଼ିକାଲ୍ରେ ଟିଟୁଙ୍କର ମୃତ୍ୟୁ ହୋଇଛି। କାଳିଆଙ୍କୁ ବୁର୍ଲା ପଠାଯାଇଛି। ଲୋଇସିଂହା ପୁଲିସ ମାମଲା ରୁଜୁ କରିଛି। ମୃତ ଟିଟୁର ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Popular Categories



