କନ୍ଧମାଳ : କନ୍ଧମାଳ ଜିଲା ଅନ୍ତର୍ଗତ ବାଲିଗୁଡ଼ା-ରାଇକିଆ ମୁଖ୍ୟରାସ୍ତାରେ ଶିଶୁ ମୃତ୍ୟୁ ପରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ କରିଥିବା ସୋମବାର ଜଣାପଡ଼ିଛି। ମୁଖ୍ୟ ରାସ୍ତାରେ ଲୋକେ କାଠ, ପଥର ପକାଇ ରାସ୍ତରୋକ କରିଛନ୍ତି। ଗତକାଲି ଅପରାହ୍ନ ସମୟରେ ଜିଦୁବାଦି ଗାଁର ଜଣେ ଶିଶୁକୁ ଏକ ବୋଲେରୋ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଥିଲା। ଗୁରୁତର ଶିଶୁକୁ ଡ଼ାକ୍ତର ମୃତ ଘୋଷଣା କରିବା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗାଡ଼ି ମାଲିକୁ ଅଟକ ରଖି ସାରଙ୍ଗଡ ପୁଲିସ ତଦନ୍ତ ଜାରି ରଖିଛି ବୋଲି ସୂଚନା ମିଳିଛି।
Popular Categories



