www.samajalive.in
Monday, December 8, 2025
27.1 C
Bhubaneswar

୩ଟି ଦୁର୍ଘଟଣାରେ ୫ ଗୁରୁତର

ଚିକିଟି: କେ ନୂଆଗାଁ ଥାନା ଇଲାକାରେ ଭିନ୍ନ ଭିନ୍ନ ୩ଟି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସୂଚନା ପ୍ରକାରେ ଦିନ ୧୧ଟାରେ ସୁବଲୟା ଠାରେ ଅଟୋ-କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ବେଳେ ଅଟୋରେ ବସିଥିବା ଅନ୍ୟ ୪ ଜଣ ଆହତ ହୋଇଥିଲେ।

ସେହିପରି ରାତି ପ୍ରାୟ ୮ଟା ବେଳେ ବାଳିଯୁଡି ନିକଟରେ ଜଣେ ବୃଦ୍ଧାଙ୍କୁ ଏକ ବାଇକ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା , ଫଳରେ ବୃଦ୍ଧା ସହ ବାଇକରେରେ ବସିଥିବା ଦୁଇ ଜଣ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ୩ ଜଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ରାମଚନ୍ଦ୍ରପୁର ନିକଟରେ ଜଣେ ଅଜଣା ବ୍ୟକ୍ତି ଅଚେତ ଅବସ୍ଥାରେ ପଡିଥିବା ବେଳେ ପୋଲିସ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ବ୍ୟକ୍ତି ଜଣକର ଜିଭ କଟି ଯାଇଥିବାରୁ ତାର ପରିଚୟ ମିଳିପାରିନାହିଁ। ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories