ପାଟଣା : କେନ୍ଦେଇପଶି ରାସ୍ତାର ପୁଟୁଳିଆ ମଦ ଭାଟି ସାମ୍ନାରେ ଅଜଣା ବାଇକ୍ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହେଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ ପୁଟୁଳିଆ ଗ୍ରାମର କ୍ଷେତ୍ରମୋହନ ପାତ୍ର(୫୫) ବୋଲି ଜଣାପଡିଛି। ତାଙ୍କ ଗୋଡ଼ ରାସ୍ତା କଡ ଧାରରେ ବାଡେଇ ହୋଇ କ୍ଷତ ହୋଇଯାଇଥିବା ବେଳେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି। ଅଗ୍ନିଶମ ବାହିନୀ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Popular Categories



