ଧର୍ମଗଡ: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଗର୍ଭବତୀଙ୍କ ସମେତ ୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଶନିବାର ଅପରାହ୍ନରେ ଧର୍ମଗଡ ଅନ୍ତର୍ଗତ ଗୋଲମୁଣ୍ଡାରେ ଏକ ବାଇକ୍ ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ମେଡିକାଲ ଯାଉଥିବା ଅଟୋ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗର୍ଭବତୀଙ୍କ ସମେତ ଅନ୍ୟ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅଧିକ ସୂଚନା ମିଳିପାରି ନାହିଁ।
Popular Categories



