www.samajalive.in
Monday, December 8, 2025
24.1 C
Bhubaneswar

ଭାରତ ଓ ୟୁଏଇ ମଧ୍ୟରେ ବୁଝାବଣା ପତ୍ର ସ୍ୱାକ୍ଷର

ଆବୁଧାବୀ : କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ୟୁଏଇର ଆବୁଧାବୀ ଠାରେ ଇଣ୍ଡିଆନ ଷ୍ଟ୍ରାଟେଡିକ ରିଜର୍ଭସ, ଲିମିଟେଡ (ଆଇଏସପିଆରଏଲ) ଓ ଆବୁଧାବୀ ନ୍ୟାସନାଲ ଅଏଲ କମ୍ପାନୀ (ଏଡିଏନଓସି) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ଅନୁସାରେ କର୍ଣାଟକର ପାଡୁର ଠାରେ ଆଇଏସପିଆରଏଲର ଅଣ୍ଡର ଗ୍ରାଉଣ୍ଡ ତୈଳ ଷ୍ଟୋରେଜ ଫ୍ୟାସିଲିଟିରେ ଏଡିଏନଓସିର ଅଶୋଧିତ ତୈଳ ଷ୍ଟୋର କରିବା ପାଇଁ ସମ୍ଭାବନାର ଯାଞ୍ଚ କରିବେ। ଏହି ବୁଝାମଣା ପତ୍ର ସ୍ୱାକ୍ଷର ଅବସରରେ ୟୁଏଇର ମନ୍ତ୍ରୀ ସୁଲତାନ ଅହମଦ ଅଲଜବାର ମଧ୍ୟ ଉପସ୍ଥିତ ଥିଲେ। ଏହି ବୁଝାମଣା ପତ୍ର ଅନୁସାରେ ଏଡିଏନଓସି ପାଡୁର ଠାରେ ଅଶୋଧିତ ତୈଳ ଷ୍ଟୋର କରିବାକୁ ଯାଉଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବୁଝାମଣା ପତ୍ର ସ୍ୱାକ୍ଷର ହେବା ଦ୍ୱାରା ଆଇଏସପିଆରଏଲ, ଏଡିଏନଓସି ସହ ମିଶି ପାଡୁର ଠାରେ ଏଡିଏନଓସିର ଅଶୋଧିତ ତୈଳ ସମ୍ଭାବିତ ଷ୍ଟୋରେଜ ପାଇଁ ସମ୍ଭାବନା ବିଷୟରେ ଯାଞ୍ଚ କରିବେ। ଏହା ଫଳରେ ଦେଶର ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭକୁ ଶକ୍ତିଶାଳୀ କରିବା ଦିଗରେ ସହାୟତା ମିଳିବ। ଏହି ବୁଝାମଣା ପତ୍ର ଉଭୟ ଦେଶ ମଧ୍ୟରେ ହେଉଥିବା ସହଯୋଗ ବୃଦ୍ଧିକୁ ପ୍ରତିଫଳିତ କରୁଛି। ଏଡିଏନଓସି ପକ୍ଷରୁ କମ୍ପାନୀର ବିପଣନ ଓ ସେଲ୍ସ ନିର୍ଦେଶକ ଅବଦୁଲ୍ଲା ସଲେମ ଅଲ ଧାହେରୀ ଓ ଆଇଏସପିଆରଏଲ ପକ୍ଷରୁ ଏହାର ସିଇଓ ଓ ଏମଡି ଏଚପିଏସ ଆହୁଜା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories