www.samajalive.in
Saturday, December 6, 2025
19.1 C
Bhubaneswar

ଅଣ ମୁସଲମାନଙ୍କ ପାଇଁ ବିବାହ ବିଚ୍ଛେଦ, ଉତ୍ତରାଧିକାର ଓ ଶିଶୁର ଅଭିଭାବକତ୍ୱ ନେଇ ଆବୁଧାବିର ନୂଆ ଆଇନ

ଦୁବାଇ: ଆବୁଧାବି ଶାସକଙ୍କ ପକ୍ଷରୁ ରବିବାର ଦିନ ଅଣ ମୁସଲମାନଙ୍କ ପାଇଁ ବିବାହ, ବିଚ୍ଛେଦ, ନାଗରିକ ଆଇନ ବଳରେ ପିଲାଙ୍କର ଯୁଗ୍ମ ଅଭିଭାବକତ୍ୱ ଅଧିକାର ହାସଲ, ଉତ୍ତରାଧିକାର ଆଦି ସମ୍ପର୍କିତ ନୂଆ ଆଇନ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡିକ ଭଳି ସଂଯୁକ୍ତ ଆରବ ଏମିରେଟ୍ସର ବିବାହ ଓ ବିଚ୍ଛେଦ ସମ୍ପର୍କିତ ପର୍ସନାଲ ଷ୍ଟାଟସ ଆଇନ ଶାରିଆ ନୀତି ଦ୍ୱାରା ପ୍ରଭାବିତ । ତେବେ ଆବୁଧାବିର ଶେଖ ତଥା ସାତଟି ଏମିରେଟ୍ସକୁ ନେଇ ଗଠିତ ୟୁଏଇ ରାଷ୍ଟ୍ରସଂଘର ରାଷ୍ଟ୍ରପତି ଖଲିଫା ବିନ୍‍ ଜାୟେଦ ଅଲ ନାହାୟାନଙ୍କ ଦ୍ୱାରା ଜାରି ନୂଆ ଆଇନ ଅନୁଯାୟୀ ବିବାହ, ଛାଡପତ୍ରକାଳୀନ ପ୍ରାପ୍ୟ, ବିଚ୍ଛେଦ, ଉତ୍ତରାଧିକାର, ପିଲାଙ୍କର ଯୁଗ୍ମ ଅଭିଭାବକତ୍ୱ ହାସଲ ଏବଂ ପିତା ଅଥବା ମାତାର ପ୍ରମାଣପତ୍ର ଆଦି ଏହାର ପରିସରଭୁକ୍ତ ହେବ । ଦେଶର ସରକାରୀ ଖବର ସରବରାହ ସଂସ୍ଥା କହିଛି ଯେ ଏମିରେଟ୍ସକୁ ପ୍ରତିଭାଧାରୀ ଏବଂ କୁଶଳୀ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥଳ ଭାବରେ ଉପସ୍ଥାପିତ କରିବା ଲକ୍ଷ୍ୟରେ ଶାସକଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଅଣ ମୁସଲମାନ ପରିବାର ପ୍ରସଙ୍ଗ ସମ୍ପର୍କିତ ଏଭଳି ନାଗରିକ ଆଇନ ଆନ୍ତର୍ଜାତିକ ସ୍ତରରେ ପ୍ରଚଳିତ ସର୍ବୋତ୍ତମ ବ୍ୟବସ୍ଥା ମୁତାବକ ଏବଂ ପ୍ରଥମ ଥର ପାଇଁ ପ୍ରଚଳନ କରାଯାଇଛି । ଅଣ ମୁସଲମାନ ପରିବାର ସମ୍ପର୍କିତ ବିଚାର କାର୍ଯ୍ୟ ପରିଚାଳନା କରିବାକୁ ଆବୁଧାବିରେ ଏକ ନୂତନ ଅଦାଲତ ସ୍ଥାପନ କରାଯିବ, ଯାହା ଉଭୟ ଇଂରାଜୀ ଏବଂ ଆରବୀ ଭାଷାରେ କାର୍ଯ୍ୟ କରିବ । ଏଭଳି ସଂସ୍କାର ସହିତ ଦୀର୍ଘାବଧି ଭିସା ପ୍ରଚଳନ ଦ୍ୱାରା ଏହି ଉପସାଗରୀୟ ରାଷ୍ଟ୍ର ବିଦେଶୀ ନିବେଶକ, ପର୍ଯ୍ୟଟକ ଏବଂ ଦୀର୍ଘକାଳୀନ ବାସିନ୍ଦାଙ୍କ ପାଇଁ ଅଧିକ ଆକର୍ଷଣୀୟ ସ୍ଥଳ ହେବା ଆଶା ରଖିଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories