www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ରୋଗୀ ଚିହ୍ନଟ ପାଇଁ ଉପକରଣ ବଣ୍ଟନ

ଆଠଗଡ: ଆଠଗଡ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ  ବୃଦ୍ଧି ପାଉଥିବାରୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚିନ୍ତା ପ୍ରକଟ କରିବା ସହ ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷକରି ଅନେକ ଶିଶୁ ଆକ୍ରାନ୍ତ ହେଉଥିବାରୁ ବ୍ୟାପକ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ବିଜୁ ଛାତ୍ରଜନତା ଦଳ ପକ୍ଷରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ଲାଗି ମନ୍ତ୍ରୀଙ୍କ ଉଦ୍ୟମରେ ସଂଗୃହୀତ ବିଭିନ୍ନ ଉପକରଣ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବଣ୍ଟନ କରାଯାଉଛି। ଏହିକ୍ରମରେ ଆଠଗଡ ବ୍ଲକର ଜେନାପଦା, ଖୁଣ୍ଟୁଣୀ ଓ ଗୁରୁଡିଝାଟିଆ ସେକ୍ଟରରେ ୧୦୪ଜଣ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଡିଜିଟାଲ ଥର୍ମାଲ ସ୍କାନର, ପଲ୍ସ ଅକ୍ସିମିଟର, ଡିଜିଟାଲ ଥର୍ମୋମିଟର, ମାସ୍କ ଓ ସାନିଟାଇଜର ଆଦି ସ୍ୱାସ୍ଥ୍ୟ ଉପକରଣ ଥିବା ଗୋଟିଏ ଲେଖାଏଁ କିଟ୍‍ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜେ ଉପସ୍ଥିତ ରହି ପ୍ରଦାନ କରିଥିଲେ। ଏହି ଆଗଧାଡିର କରୋନା ଯୋଦ୍ଧାମାନଙ୍କ ନିଷ୍ଠାପର କାର୍ୟ୍ୟକୁ ମନ୍ତ୍ରୀ ପ୍ରଶଂସା କରିବା ସହ ସେମାନେ ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରିବା ଲାଗି ନିବେଦନ କରିଥିଲେ।
ଆସନ୍ତା ୨୪ତାରିଖରୁ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡିକର୍ମୀ ଘରକୁ ଘର ଯାଇ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ପରାମର୍ଶ ଦେଇଛନ୍ତି ତାକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ବିଜେଡି ଉପସଭାପତି ନୃସିଂହଚରଣ ମହାପାତ୍ର, ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ୟ୍ୟ, ନୃସିଂହ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତି, ସଂପାଦକ ଶୁଭେନ୍ଦୁ ବେଉରା, ଯୁବ ଜନତା ସଂଗଠକ ଜ୍ଞାନରଞ୍ଜନ ଦାସ, ବିନୋଦ ମାଝି, ଧନେଶ୍ୱର ବେହେରା, ତୋଫାନି ସାମଲ ପ୍ରମୁଖ ଯୋଗଦେଇଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories