www.samajalive.in
Saturday, December 6, 2025
19.1 C
Bhubaneswar

ମର୍ମନ୍ତୁଦ ; ବସ-ଟ୍ରକ ଧକ୍କା, ୧୪ ମୃତ

ଗୌହାଟି : ଆସାମରେ ବୁଧବାର ସକାଳେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଡେରାଗାଓଁରୁ ୪୫ ଜଣ ଯାତ୍ରୀଙ୍କୁ ନେଇ ପିକ୍‌‌ନିକ୍‌‌ ଯାଉଥିବା ଏକ ବସ୍‌‌ ଟ୍ରକ୍‌‌ ସହ ଧକ୍କା ହୋଇ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ବସ୍‌‌ରେ ଯାତ୍ରା କରୁଥିବା ଯାତ୍ରୀ ପିକ୍‌‌ନିକ୍‌‌ କରିବା ପାଇଁ ଅଠଖେଲିୟାରୁ ବଲିଜାନ ଅଭିମୁଖେ ଯାଉଥିଲେ। ରାସ୍ତାରେ ଏହି ବସ୍‌‌ଟି ଟ୍ରକ ସହ ଧକ୍କା ହୋଇଥିଲା। ବସ୍‌‌ଟି ଭୋର ୩ଟାରୁ ଯାତ୍ରା ଆରମ୍ଭ କରିଥିଲା। ରାସ୍ତାରେ କୋଇଲା ଭର୍ତ୍ତି ଟ୍ରକ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories