www.samajalive.in
Monday, December 8, 2025
24.1 C
Bhubaneswar

“ଗଜିନି”ର ସିକ୍ୱେଲ ପାଇଁ ପ୍ରସ୍ତୁତି ଆରମ୍ଭ !

ମୁମ୍ବଇ : ଆଉ କିଛି ଦିନ ପରେ ବଲିଉଡ଼ ଷ୍ଟାର ଅମିର ଖାନଙ୍କ ଜନ୍ମଦିନ। ୧୪ ମାର୍ଚ୍ଚରେ ଅମିର ୫୫ବର୍ଷ ବୟସରେ ପଦାର୍ପଣ କରିବେ। ଜନ୍ମଦିନର କିଛି ଦିନ ପୂର୍ବରୁ ଟ୍ୱିଟରରେ ଏକ ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ପୋଷ୍ଟଟି ଅମିର ଖାନଙ୍କ ୨୦୦୮ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଗଜିନି” ସହିତ ଜଡିତ। ବୋଧହୁଏ ଗଜିନିର ସିକ୍ୱେଲ ଖୁବଶୀଘ୍ର ଆସିପାରେ ବୋଲି ଏହି ପୋଷ୍ଟରେ ଲେଖାଯାଇଛି।


ଗଜିନିର ସିକ୍ୱେଲ ଆସୁଛି?
ରିଲାଏନ୍ସ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ ହାଉସ୍ ଅମିର ଖାନଙ୍କ ଫିଲ୍ମ ଗଜିନି ସହ ଜଡିତ ଏକ ପୋଷ୍ଟ କରିଛି। ଏହି ପୋଷ୍ଟରେ ଲେଖା ଅଛି, ’ଫିଲ୍ମ ଗଜିନିକୁ ନେଇ ଆମେ ପୋଷ୍ଟ କରିବାର ଥିଲା ମାତ୍ର ଆମେ ଯାହା କହିବାକୁ ଚାହୁଁଛୁ ତାହା ଭୁଲିଗଲୁ।’ କ୍ୟାପସନରେ ଲେଖା ଅଛି, ’ଏଥିପାଇଁ ଗଜନି ଦାୟି।
ଯଦି ଆପଣଙ୍କର ଗଜିନି ଚଳଚ୍ଚିତ୍ରର କାହାଣି ମନେଥିବ ତେବେ ଏଭଳି ଲେଖାଯିବାର ରହଶ୍ୟ ବୁଝିପାରିବେ। ଏଠାରେ ଗଜିନିରେ ଅମିର ଖାନ କିଭଳି ଅଧିକ ସମୟ କୌଣସି କଥା ମନେରଖି ପାରୁନଥିଲେ ସେହିଭଳି ଶୈଳୀରେ ଲେଖାଯାଇଛି। ଗଜିନିରେ ଅମିର ଖାନ ଆଘାତ ପରେ ସ୍ମୃତି ଶକ୍ତି ହରାଇବା ନାମକ ଏକ ରୋଗରେ ପୀଡିତ ହୋଇଥିଲେ। ଯଦ୍ବାରା ସ୍ୱଳ୍ପ ସମୟ ପାଇଁ ସେ ସ୍ମୃତି ଶକ୍ତି ଫେରି ପାଉଥିଲେ।
ଏହି ପୋଷ୍ଟକୁ ନେଇ ପ୍ରଶଂସକଙ୍କ ପ୍ରତିକ୍ରିୟା
ଏଭଳି ପୋଷ୍ଟକୁ ନେଇ ଲୋକମାନେ ଭାବିବା ଆରମ୍ଭ କରି ଦେଇଛନ୍ତି ଯେ, ବୋଧହୁଏ ଅମିର ତାଙ୍କ ଚଳଚ୍ଚିତ୍ର ଗଜିନିର ସିକ୍ୱେଲ ତିଆରି କରିବାକୁ ଯାଉଛନ୍ତି। କାରଣ ତାରକାମାନେ ଜନ୍ମଦିନରେ ହିଁ ଆଗାମୀ ଚଳଚ୍ଚିତ୍ର ନିର୍ମାଣ କରିବାର ଘୋଷଣା କରିଥାନ୍ତି। ସେଥିପାଇଁ ପ୍ରଶଂସକମାନେ ଆମିରଙ୍କ ଜନ୍ମଦିନକୁ ଅପେକ୍ଷା କରି ରହିଛନ୍ତି। ଟ୍ୱିଟରରେ ଥିବା ଲୋକମାନେ ମଧ୍ୟ ଏହି ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ ସମସ୍ତଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖାଦେଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories