www.samajalive.in
Sunday, December 7, 2025
16.1 C
Bhubaneswar

ଜୁସ୍‌‌ରେ ପରିସ୍ରା ମିଶାଇ ଗ୍ରାହକଙ୍କୁ ଦେଉଥିଲେ; ଦୋକାନକୁ ଲଗାତାର ଯାଉଥିଲେ ଅଭିନେତା ସୋନୁ ସୁଦ୍‌‌

ସମାଜ ଡିଜିଟାଲ ଡେସ୍କ: ଜୁସ୍‌‌ ପିଉଥିଲେ ସାବଧାନ୍‌‌। ଆପଣ ଯଦି ମାର୍କେଟରେ ଥିବା ଜୁସ ଦୋକାନରେ ଜୁସ ପିଇବାକୁ ଯାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଜୁସ୍‌‌ରେ କିଛି ଦୋକାନୀ ପରିସ୍ରା ମିଶାଉଥିବା ନଜରକୁ ଆସିଛି। ଏମିତି ଏକ ଘଟଣା ଜଣାପଡ଼ିବା ପରେ ନିସ୍ତୁକ ମାଡ ଖାଇଛନ୍ତି ଦୁଇ ଜଣ ଦୋକାନୀ। ଆପଣ ଦେଖୁଥିବା ଏହି ଭିଡ଼ିଓଟି ହେଉଛି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳର। ଏଠାରେ ଅମିର ଏବଂ କୈଫ ନାମକ ଦୁଇ ଜଣ ଯୁବକ ଦୋକାନକୁ ଆସୁଥିବା ଗ୍ରାହକଙ୍କୁ ଜୁସରେ ପରିସ୍ରା ମିଶାଇ ଦେଉଥିଲେ। ଏହା ଜଣାପଡ଼ିବା ପରେ ଲୋକମାନେ ସଂପୃକ୍ତ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଦୋକାନରୁ ୧ଲିଟର ପରିସ୍ରା ବୋତଲ ଜବତ କରିଛନ୍ତି। କୁହାଯାଉଛି ଯେ ଏହି ଜୁସ୍‌‌ ଦୋକାନକୁ ଅଧିକାଂଶ ସମୟ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଆସିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories