ଆବଶ୍ୟକ ସାମଗ୍ରୀ
ଆଳୁ – ୪ଟି
ଲଙ୍କା ଗୁଣ୍ଡ – ୧ ଚାମଚ
ଆମଚୁର ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ମେଥି ଗୁଣ୍ଡ- ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଆଳୁକୁ ଧୋଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କୁକରରେ ଆଳୁକୁ ଭଲ ଭାବେ ସିଝାଇ ଦିଅନ୍ତୁ। ସିଝା ଆଳୁ ଥଣ୍ଡା ହେବା ପରେ ଏହାର ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହି କାଟି ଥିବା ଆଳୁରେ ଆମଚୁର, ହଳଦୀଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ମେଥି ଗୁଣ୍ଡ ଓ ଲୁଣ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ପାତ୍ର ବସାଇ ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହେବା ପରେ ଏହାକୁ ଥଣ୍ଡା କରି ଦିଅନ୍ତୁ। ଏବେ ତେଲରେ ଅଳ୍ପ ଅଳ୍ପ କରି ରଖିଥିବା ଆଳୁରେ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏହି ପ୍ରସ୍ତୁତ ଆଳୁକୁ ଏକ କାଚ ପାତ୍ରରେ ରଖି ଏହା ଉପରେ ଅଳ୍ପ ତେଲ ପୁଣି ପକାଇ ଲଗାତର ୨ ରୁ ୩ ଦିନ ଖରାରେ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ଆଚାର। ଏହାକୁ ୮ ରୁ ୧୦ ଦିନ ରଖି ଖାଇପାରିବେ।
ଆଳୁ ଆଚାର
Popular Categories


