Patra electronics

ହାତରେ ଆଉ ୫ ଦିନ ! ତୁରନ୍ତ ମାଗଣାରେ ଅପ୍‌ଡେଟ୍‌ କରନ୍ତୁ ଆଧାର କାର୍ଡ଼, ନଚେତ୍‌..

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଏକକ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ) ପକ୍ଷରୁ ଆଧାର କାର୍ଡ଼କୁ ନେଇ ଏକ ଜରୁରୀ ସୂଚନା ଦିଆଯାଇଛି, ଯାହା ମୁତାବକ, ଯଦି ଆପଣଙ୍କ ଆଧାରକାର୍ଡ଼ ୧୦ ବର୍ଷ ପୁରୁଣା ତେବେ ତାହାକୁ ସେପ୍ଟେମ୍ବର ୧୪, ୨୦୨୪ ପୂର୍ବରୁ ଅନଲାଇନ ଅପଡେଟ୍‌ କରିନେବା ଆବଶ୍ୟକ। ଅର୍ଥାତ୍ ମାଗଣାରେ ଆଧାର କାର୍ଡ ଅପଡେଟ୍ ପାଇଁ ଆପଣଙ୍କ ପାଖରେ ୫ ଦିନ ସମୟ ବାକି ଅଛି। ଏହି ସମୟସୀମା ପରେ ଯଦି ଆପଣ ଆଧାର କାର୍ଡ ଅପଡେଟ୍ କରନ୍ତି, ତେବେ ଆପଣଙ୍କୁ ୫୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ। ୟୁଆଇଡିଏଆଇ ପକ୍ଷରୁ ମାଗଣା ଆଧାର କାର୍ଡ଼ ଅପଡେଟ୍‌ ସମୟସୀମା ସେପ୍ଟେମ୍ବର ୧୪, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ମାଗଣା ଆଧାର କାର୍ଡ଼ ଅପଡେଟ୍‌ର ଶେଷ ତାରିଖ ଜୁନ୍ ୧୪, ୨୦୨୪ ଥିଲା।

କେଉଁଠାରେ କରିବେ ମାଗଣା ଅପଡେଟ୍‌:

ୟୁଆଇଡିଏଆଇର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଜାରି କରାଯାଇଥିବା ସୂଚନା ମୁତାବକ, ୟୁଜର ମାଗଣାରେ ଆଧାର ଅପଡେଟ୍ ପାଇଁ My Aadhaar ପୋର୍ଟାଲ ବ୍ୟବହାର କରିପାରିବେ। ଏହି ଅନଲାଇନ୍ ସେବାରେ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ମାଗଣା ଆଧାର କାର୍ଡ ଅପଡେଟ୍ ସୁବିଧା ଯୋଗାଇ ଦିଆଯାଉଛି। ଏଠାରେ ଧ୍ୟାନ ଦେବା କଥା ହେଉଛି, ମାଗଣା ଆଧାର ଅପଡେଟ୍‌ର ସୁବିଧା କେବଳ ଅନଲାଇନ୍ ମୋଡ୍‌ରେ ଉପଲବ୍ଧ। ଯଦି ଅଫଲାଇନ୍ ମୋଡ୍‌ରେ ଅପଡେଟ୍ କରନ୍ତି, ତେବେ ଆପଣଙ୍କୁ ପୂର୍ବ ପରି ୫୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ।

ଟ୍ରେନ୍‌‌ ଲାଇନଚ୍ୟୁତ କରିବାକୁ ଷଡଯନ୍ତ୍ର; ରେଳ ଧାରଣାରେ ଥିଲା ସିମେଣ୍ଟ ଖଣ୍ଡ

ଆଧାର ଅପ୍‌ଡେଟ୍‌ ପାଇଁ ଆବଶ୍ୟକୀୟ ଦସ୍ତାବିଜ:

– ରାସନ କାର୍ଡ଼

– ଭୋଟର ପରିଚୟ ପତ୍ର

– ଆବାସିକ ପ୍ରମାଣ ପତ୍ର

– ଜନ-ଆଧାର

– ମନରେଗା/ଏନଆରଇଜିଏସ ଜବ୍‌ କାର୍ଡ଼

– ଶ୍ରମ କାର୍ଡ଼

– ଭାରତୀୟ ପାସପୋର୍ଟପାନ୍/ଇ-ପାନ୍ କାର୍ଡ଼

– ସିଜିଏଚଏସ କାର୍ଡ଼

– ଡ୍ରାଇଭିଂ ଲାଇସେନ୍ସ

ଯଦି ଆପଣଙ୍କ ପାଖରେ ଏସବୁ ବୈଧ ଡକ୍ୟୁମେଣ୍ଟ୍ ନାହିଁ, ତେବେ ଆପଣ ଏହା ସ୍ଥାନରେ ଅନ୍ୟ ଏକ ଡକ୍ୟୁମେଣ୍ଟ୍ ବ୍ୟବହାର କରିପାରିବେ। ଏଥିରେ ବିଜୁଳି, ପାଣି, ଗ୍ୟାସ୍ କିମ୍ବା ଟେଲିଫୋନ୍/ମୋବାଇଲ୍/ବ୍ରଡବ୍ୟାଣ୍ଡ ବିଲ୍ ଅନ୍ତର୍ଭୁକ୍ତ। ତେବେ ଏହି ସମସ୍ତ ଦସ୍ତାବିଜ ୩ ମାସରୁ ଅଧିକ ପୁରୁଣା ହେବା ଉଚିତ୍ ନୁହେଁ। ଏହା ବ୍ୟତୀତ ବ୍ୟାଙ୍କ ଏବଂ ଡାକଘର ପାସବୁକ୍ ବ୍ୟବହାର କରାଯାଇପାରିବ।

ଘରେ ବସି ଏମିତି କରନ୍ତୁ ଅପ୍‌ଡେଟ୍‌:

– ୟୁଆଇଡିଏଆଇର ଓ୍ବେବସାଇଟ୍‌ myaadhaar.uidai.gov.inକୁ ଯାଆନ୍ତୁ।

– Update Aadhaar ଅପ୍ସନ ଉପରେ କ୍ଲିକ୍ କରନ୍ତୁ।

– ଆଧାର ନମ୍ବର ଏବଂ ଓଟିପି ଦେଇ ଲଗ୍‌ଇନ୍ କରନ୍ତୁ।

– ଡକ୍ୟୁମେଣ୍ଟ୍ ଅପଡେଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଭେରିଫାଏ ବିକଳ୍ପ ଉପରେ ଟ୍ୟାପ୍ କରନ୍ତୁ।

– ଡ୍ରପ୍ ଡାଉନ୍ ମେନ୍ୟୁରେ ପରିଚୟ ପତ୍ର ଏବଂ ଠିକଣା ପ୍ରମାଣପତ୍ର ସ୍କାନ୍ ଅପଲୋଡ୍ କରନ୍ତୁ।

– ଏହାପରେ ସବ୍‌ମିଟ୍‌ ଉପରେ କ୍ଲିକ୍ କରନ୍ତୁ।

– ଏହାପରେ ରିକ୍ଵେଷ୍ଟ ନମ୍ବର ସୃଷ୍ଟି ହୋଇଯିବ।

– ଏହିଭଳି ଭାବେ କିଛି ଦିନ ମଧ୍ୟରେ ଆଧାର ଅପଡେଟ୍‌ ହୋଇଯିବ।

 

Comments are closed.