www.samajalive.in
Monday, December 8, 2025
13.1 C
Bhubaneswar

ପଲ୍ଲୀ ଶିକ୍ଷାର ଦରଦୀ ବନ୍ଧୁ… କବି ବ୍ରଜମୋହନଙ୍କ ସ୍ମୃତିରେ

ରେଙ୍ଗାଲିକ୍ୟାମ୍ପ : ଆଜି ଅତାବିରା ବ୍ଲକ ଲରମ୍ଭା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ  କବି ବ୍ରଜମୋହନ ପଣ୍ଡାଙ୍କ ୫୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ବ୍ରଜମୋହନ ପଣ୍ଡା ଥିଲେ ଏକାଧାରରେ ଜଣେ  କବି ଓ ପଲ୍ଲୀ ଶିକ୍ଷାରର ଜଣେ ଦରଦୀ ବନ୍ଧୁ। ସେ ଥିଲେ ଏହି ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା । ଯେତେବେଳେ ଗାଁ ତଥା ପଲ୍ଲୀ ମାନଙ୍କରେ ଶିକ୍ଷାର ମୂଲ୍ୟ ଅତି ନିମ୍ନ ମାନର ଥିଲା, ସେହି ସମୟରେ ଶ୍ରୀ ପଣ୍ଡା  ସ୍ବପ୍ନ ଦେଖିଥିଲେ ପୁର ପଲ୍ଲୀ ମାନଙ୍କରେ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ। ଏଇ ମହାବିଦ୍ୟାଳୟ ପ୍ରତିଷ୍ଠା କରି ତାଙ୍କର ସେଇ ସ୍ବପ୍ନକୁ ସେ ସାକାର କରିଥିଲେ। ଏହି ମହାବିଦ୍ୟାଳୟରେ ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ଗଢ଼ିପାରିଛନ୍ତି। ତେଣୁ ତାଙ୍କର ଫଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରି  ତାଙ୍କ ସ୍ମୃତିଚାରଣ କରାଯାଇଥିଲା। ଏହି ସଭାରେ ଡ.ଅମୃତା ସାମନ୍ତ,କିଶୋର ଚନ୍ଦ୍ର ହୋତା ଓ ପ୍ରମୋଦ ଚନ୍ଦ୍ର ସେଠ୍ ମଞ୍ଚାସୀନ ଥିଲେ। ଡ.ଅଜିତ କୁମାର ଓ ପ୍ରଦୀପ କୁମାର ପଣ୍ଡା   ସ୍ବର୍ଗତ ପଣ୍ଡାଙ୍କ ପଲ୍ଲୀ ଶିକ୍ଷାରେ ଅତୁଳନୀୟ ଅବଦାନ ତଥା ତାଙ୍କର ଜିବନାଦର୍ଶ ଉପରେ ବିଶେଷ ଆଲୋକପାତ କରିଥିଲେ। ସଭାରେ ଅଶୋକ କୁମାର ମହାନ୍ତି,ମନୋରଞ୍ଜନ ତ୍ରିପାଠୀ,ଗୁରୁଦେବ କୁଶଳ,ଅନ୍ତର୍ଯ୍ୟାମୀ ବେହେରା,ମୁକେଶ ଧକ୍ଷନୁକା,ଦିବ୍ୟକ୍ଷ ଭାରତୀ ନାୟକ,ଶାନ୍ତିଲତା ବାରିକ୍,ମୋନିକା ଶତପଥୀ,ବାସୁଦେବ କୁମ୍ଭାର,ଅବିନାଶ ସାହୁ,ଶିବା ତ୍ରିବେଦି, ଲିଙ୍ଗରାଜ ପୋଡ,ଦିନେଶ ପ୍ରଧାନ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ। ପବିତ୍ର କୁମାର ମାହାନା ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories