ଗୁରୁଡିଝାଟିଆ: ଆଠଗଡ ଓ ଖୁଣ୍ଟୁଣୀ ବନାଞ୍ଚଳରେ ବାରମ୍ବାର ବନାଗ୍ନି ଯୋଗୁଁ ଶତାଧିକ ଏକର ଜଙ୍ଗଲ ପୋଡିଯାଇଛି। ସାପ ସହିତ ବହୁ ସରୀସୃପ ମୃତ୍ୟୁବରଣ କରିଛନ୍ତି। ନିଆଁଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ବନ ବିଭାଗ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି। ସବୁପରେ ମଧ୍ୟ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ସଂରକ୍ଷିତ ଜଙ୍ଗଲରେ ଲାଗୁଛି ନିଆଁ। ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ମର୍ମାହତ ଓ ଉଦବେଗ ପ୍ରକାଶ କରିବା ସହିତ ବିଭାଗୀୟ ମନ୍ତ୍ରୀଙ୍କୁ ଟୁଇଟ୍ ଯୋଗେ ଅଭିଯୋଗ କରିଥିଲେ।
ଏପରିକି ସମାଜସେବୀ ମାନସ ବସ୍ତିଆ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ ସଚିବକୁ ଟୁଇଟ ଯୋଗେ ଅବଗତ କରାଇଥିଲେ। ଆଜି ଆଠଗଡ ବନଖଣ୍ଡର ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଲୋକମାନଙ୍କୁ ନିଆଁ ଯେଭଳି ଜଙ୍ଗଲରେ ନଲାଗିବ ସେଥିପାଇଁ ଭ୍ରାମ୍ୟମାଣ ପାଲା ଯୋଗେ ଗାଁକୁ ଗାଁ ବୁଲି ସଚେତନତାର ବାର୍ତ୍ତା ବଣ୍ଟାଯାଇଛି। ବନାଞ୍ଚଳର ୧୦ରୁ ଉଦ୍ଧ୍ୱର୍ ଗାଁରେ ସଚେତନତାର ବାର୍ତ୍ତା ବଣ୍ଟାଯାଇଛି। ଜଙ୍ଗଲ ବଞ୍ôଚଲେ ଆମେ ବଞ୍ôଚବା । ବନ୍ୟପ୍ରାଣୀଙ୍କ ସୁରକ୍ଷା ଆମ ଦାୟିତ୍ୱ। ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କଲେ ବହୁ ନୀରିହ ଜୀବ ରକ୍ଷା ପାଇଯିବେ। ଏହି ବାର୍ତ୍ତାକୁ ଆଜି ପାଲା ଜରିଆରେ ସଚେତନତା କରାଯାଇଛି। ବନକର୍ମଚାରୀମାନେ ସଚେତନ ସମୟରେ ଉପସ୍ଥିତ ରହିଥିଲେ।



