www.samajalive.in
Monday, December 8, 2025
14.1 C
Bhubaneswar

ଶିଶୁ ହିଂସା ରୋକିବାକୁ ବ୍ୟାପକ ଅଭିଯାନ

ପୁରୀ, ୧୫/୩: ଶିଶୁମାନଙ୍କୁ ଯୌନ ଶୋଷଣ ଏବଂ ହିଂସାରୁ ରକ୍ଷା କରିବାକୁ ଏକ ଜାତୀୟସ୍ତରୀୟ କୋର୍‌ କମିଟି ଗଠନ କରାଯିବ। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଏନ୍‌ଏସିଜି-ଇଭାକର ପ୍ରତିନିଧି ତଥା ଶିଶୁ ଅଧିକାର ଦିଗରେ କାର୍ଯ୍ୟରତ ବିଶାରଦ ଏଥିରେ ସଦସ୍ୟ ରହିବେ। ଏହି କମିଟି ଶିଶୁ ଯୌନ ଶୋଷଣ ରୋକିବାକୁ ଜାତୀୟ ସ୍ତରୀୟ ଅଭିଯାନର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବ। ଏନ୍‌ଏସିଜି-ଇଭାକ ଇଣ୍ଡିଆର ଜାତୀୟ ପରିଷଦ ବୈଠକରେ ଏହା କହିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ପ୍ରିୟଙ୍କ କାନୁନ୍‌ଗୋ। ସବୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଏନ୍‌ଏସିଜିର ମିଳିତ ଉଦ୍ୟମରେ ରାଜ୍ୟ ସ୍ତରରେ ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ସେ ପରାମର୍ଶ ଦେଇଛନ୍ତି।

- Advertisement -

ୱାର୍ଲ୍ଡ ଭିଜନ୍‌ ଇଣ୍ଡିଆ, ପିପୁଲସ୍‌ କଲଚରାଲ୍‌ ସେଣ୍ଟର(ପିକକ୍) ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସହଯୋଗରେ ୩ଦିନ ବ୍ୟାପୀ ପୁରୀରେ ଅନୁଷ୍ଠିତ ନ୍ୟାସ୍‌ନାଲ୍‌ ଆକ୍ସନ୍‌ ଆଣ୍ଡ କୋଅର୍ଡିନେସନ୍‌ ଗ୍ରୁପ୍‌ ଫର ଏଣ୍ଡିଂ ଭାଓଲେନ୍ସ ଏଗ୍ନେଷ୍ଟ୍ ଚିଲ୍‌ଡ୍ରେନ୍‌ କର୍ମଶାଳାର ଶେଷ ଦିନରେ ଏନ୍‌ଏସିଜି-ଇଭାକ୍‌ର ଜାତୀୟ ପରିଷଦ ବୈଠକରେ ଦେଶବ୍ୟାପୀ ଶିଶୁ ହିଂସା ବିରୋଧରେ ସଚେତନତା ଅଭିଯାନ ବ୍ୟାପକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏନ୍‌ସିପିସିଆର୍‌ ଅଧ୍ୟକ୍ଷ କହିଥିଲେ ଯେ ଗ୍ରାମାଞ୍ଚଳରେ ତଥା ପଞ୍ଚାୟତସ୍ତରରେ ସରକାରୀ ପ୍ରତିଷ୍ଠାନ ଶିଶୁ ସୁରକ୍ଷା କମିଟିକୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି। ଶିଶୁ ଯତ୍ନ କେନ୍ଦ୍ର, ସେଲ୍ଟର ହୋମ୍‌ର ତଦାରଖ ବ୍ୟବସ୍ଥା ବର୍ଷକୁ ଚାରିଥର , ନିୟମିତ ତଥା ନିରପେକ୍ଷ ଭାବେ କରାଯିବ। ସୋସିଆଲ୍‌ ଅଡିଟ୍‌ ବ୍ୟବସ୍ଥାକୁ ମଧ୍ୟ ସୁନିଶ୍ଚିତ କରାଯିବ। ସ୍ପର୍ଶକାତର ଅଞ୍ଚଳରେ କାର୍ଯ୍ୟରତ ଶିଶୁଶ୍ରମିକ ଚିହ୍ନଟ, ସେମାନଙ୍କୁ ଏଥିରୁ ନିବୃତ୍ତ କରି ଥଇଥାନ କରାଯିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ଦେଶରେ ପ୍ରାୟ ୭୦୦୦ ଚିଲ୍‌ଡ୍ରେନ୍‌ ହୋମ୍‌ ଥିବାବେଳେ ସେଗୁଡ଼ିକର ସୁରକ୍ଷା ନିୟମାବଳୀ ପାଳନକୁ କଡ଼ାକଡ଼ି କରାଯିବ।

କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଏନ୍‌ଏସିଜି-ଇଭାକର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି ଶିଶୁଙ୍କ ପ୍ରତି ହିଂସା ରୋକିବା ସହିତ କୌଣସି ପରିସ୍ଥିତିରେ ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ଯେପରି ବିପନ୍ନ ନ ହେବ ସେ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ଆୟୋଗର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନ୍‌ଏସିଜି-ଇଭାକର ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା ଓ ଡି.ରୋଶନ୍‌ କୁମାର, କୋଷାଧ୍ୟକ୍ଷ ସଞ୍ଜୟ ମିଶ୍ର, କାର୍ଯ୍ୟକାରୀ ସମିତି ଅଧ୍ୟକ୍ଷ ମିଖାଇନ୍‌ ପ୍ରଧାନ, ପ୍ରକାଶ ରଥ, ଅଦିତି ପି.କୌର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଜାତୀୟ ପରିଷଦ ବୈଠକରେ ଶିଶୁ ଯୌନ ଶୋଷଣ ବିରୋଧରେ ବ୍ୟାପକ ଅଭିଯାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଶିଶୁ ଶ୍ରମ, ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁଙ୍କ ବିରୋଧରେ ଦଣ୍ଡ ବିଧାନ ବିରୋଧରେ କାର୍ଯ୍ୟକ୍ରମ ଗ୍ରହଣ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

 


 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories