ସ୍ତ୍ରୀ ସହ ଝଗଡ଼ା ହେବାରୁ ୩ ପିଲାଙ୍କୁ ମାରିଦେଲେ କନଷ୍ଟେବଳ

ଅହମ୍ମଦାବାଦ: ପରିବାରରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା। କିନ୍ତୁ ଏଥିପାଇଁ ଜଣେ ବ୍ୟକ୍ତି ନିଜର ୩ ପିଲାଙ୍କୁ ହତ୍ୟା କରିଛନ୍ତି। ଗୁଜରାଟର ଭାବନଗର ଅଞ୍ଚଳରେ ଏପରି ସ୍ପର୍ଶକାତର ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ କନଷ୍ଟେବଳକୁ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, କନଷ୍ଟେବଳ ସୁଖରାମ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିପାଇଁ ସୁଖରାମ ପ୍ରବଳ ରାଗିଯାଇ ନିଜ ସ୍ତ୍ରୀଙ୍କୁ ଏକ ଘରେ ବନ୍ଦ କରିଦେଇଥିଲେ। ପରେ ନିଜର ୩ ପିଲାଙ୍କୁ ଅନ୍ୟ ଏକ ଘରକୁ ନେଇ ଛୁରିରେ ହତ୍ୟା କରିଥିଲେ। ଏପରି କି ପିଲାମାନଙ୍କୁ ହତ୍ୟା କରିବା ପରେ ସେ ନିଜେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପାରିପାର୍ଶ୍ଵିକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲା। ସୁଖରାମ ଘରର ଏକ କୋଣରେ ବସିଥିଲେ ଏବଂ ତାଙ୍କ ହାତରେ ଏକ ଛୁରି ଥିଲା। ପୁଲିସ ଅନ୍ୟ ଏକ ଘରୁ ତାଙ୍କ ସ୍ତ୍ରୀଙ୍କୁ ବାହାର କରିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comments are closed.